ନିକଟରେ ପ୍ରକାଶିତ ହୋଇଥିବା ଅଷ୍ଟ୍ରେଲିଆ ଓ୍ବେବ୍‌ସାଇଟ୍‌ ରେ କୋହଲି ଟେଷ୍ଟ ରେ ତ ଧୋନୀ ଦିନିକିଆ ରେ ଜାଣନ୍ତୁ ପୁରା କାହାଣୀ କଣ..

ନିକଟରେ ପ୍ରକାଶିତ ହୋଇଥିବା ଅଷ୍ଟ୍ରେଲିଆ କ୍ରିକେଟର ଅଫିସିଆଲ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ଦ୍ୱାରା ବିରାଟ କୋହଲି ଙ୍କୁ ବର୍ତମାନ ସମୟର ଟେଷ୍ଟ ଏକାଦଶ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି ତ ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ କରାଯାଇଛି। କୋହଲି ଗତ ୧୦ବର୍ଷରୁ ସେ ୭୦ ଅନ୍ତର୍ଜାତୀୟ ଶତକ ହାସଲ କରିବା ସହ ସଚିନ ତେନ୍ଦୁଲକର (୧୦୦) ଏବଂ ରିକି ପଣ୍ଟିଂ (୭୧)ଙ୍କ ପଛରେ ରହିଛନ୍ତି। ସେ ତେନ୍ଦୁଲକର (୩୪,୩୫୭) ଏବଂ ପଣ୍ଟିଂ (୨୭,୪୮୩) ଙ୍କ ପଛରେ ରହି ୨୧,୪୪୪ ରନ ସଂଗ୍ରହ କରିଛନ୍ତି ।

ସମସ୍ତ ଫର୍ମାଟରେ କୋହଲିଙ୍କ ଆଭରେଜ ୫୦ରୁ ଅଧିକ ରହିଛି। ଟେଷ୍ଟ ଏକାଦଶ ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ହେଲେ, ଆଲିଷ୍ଟର କୁକ୍‌, ଡେଭିଡ୍‌ ଓ୍ବାର୍ନର, କେନ୍‌ ଓ୍ବିଲିୟମସନ, ଷ୍ଟିଭ ସ୍ମିଥ୍‌, ଏବି ଡି’ଭିଲର୍ସ, ବେନ୍‌ ଷ୍ଟୋକ୍ସ, ଷ୍ଟୁଆର୍ଟ ବ୍ରଡ୍‌, ଡେଲ୍‌ ଷ୍ଟେଇନ୍‌, ନାଥାନ ଲିଅନ୍‌ ଏବଂ ଜେମ୍ସ ଆଣ୍ଡରସନ। ଏବଂ ଅନ୍ତର୍ଜାତୀୟ ଦିନିଆ ଦଳର ଅଧିନାୟକ ଭାବେ ଧୋନୀଙ୍କୁ ଚୟନ କରିଛି। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଦୁଇଥର ୨୦୦୭ ଓ ୨୦୧୧ରେ ବିଶ୍ୱକପ୍‌ ଟାଇଟଲ ଜିତିଛି।

ବିଶ୍ୱକପ୍‌ରେ ୫ ଶତକ ସହ ୨୦୧୯ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରୋହିତ ଶର୍ମାଙ୍କ ସହିତ ହାଶିମ ଅମ୍‌ଲାଙ୍କୁ ଓପନର ଭାବେ ଦଳରେ ସାମିଲ କରାଯାଇଛି। କୋହଲି ନିର୍ଦ୍ୱନ୍ଦ୍ୱରେ ବ୍ୟାଟିଂ ଅର୍ଡରର ୩ୟ ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ ପଛ ଯଥାକ୍ରମେ ରହିଛନ୍ତି ଡି’ ଭିଲର୍ସ, ଶକିବ ଅଲ ହସନ, ଜୋସ୍‌ ବଟଲର, ଧୋନୀ, ଟ୍ରେଣ୍ଟ ବୋଲ୍ଟ ଏବଂ ଲସିଥ ମାଲିଙ୍ଗା, ରଶିଦ୍‌ ଖାଁ, ମିଚେଲ୍‌ ଷ୍ଟାର୍କ ।

Leave a Reply

Your email address will not be published. Required fields are marked *