କିଏ ୨୦ଲକ୍ଷ ର ଘଣ୍ଟା ତ କିଏ ୬୮ ଲକ୍ଷର ଜୋତା ହେଲେ କିନ୍ତୁ ଏହି ସୁପର ଷ୍ଟାର ପୁରା ସାଧାସିଧା, ଦେଖନ୍ତୁ ଫୋଟ

ବଲିଉଡ ଫିଲ୍ମରେ ଷ୍ଟାରମାନେ ଫିଲ୍ମ କରିବା ବଦଳରେ କୋଟି କୋଟି ଟଙ୍କା ନେଇଥାଆନ୍ତି, ପରେ ଏହି ପଇସାକୁ ନିଜ ଲାଇଫ ଷ୍ଟାଇଲ ଓ ନିଜ ଆଉଟଲୁକ କୁ ଆହୁରି ଭଲ କରିବା ପାଇଁ ଖର୍ଚ ମଧ୍ୟ କରିଥାଆନ୍ତି । ସେମାନେ ଅନେକ ସମୟରେ ଅଲଗା ଅଲଗା ପ୍ରକାରର ମହଙ୍ଗା ଓ ବ୍ରାଣ୍ଡେଡ ପୋଷାକ ଓ ଏକସେସୋରୀଜରେ ନଜର ଆସିଥାଆନ୍ତି । ଅଧିକାଂଶ ସମୟ ବଲିଉଡ ଷ୍ଟାରମାନେ ମହଙ୍ଗା ଜିନିଷକୁ ବହୁତ ପସନ୍ଦ କରିଥାଆନ୍ତି । କିଏ ଲକ୍ଷେ ଟଙ୍କାର ଜୋତା ପିନ୍ଧୁଛି ତ କିଏ କୋଟିଏ ଟଙ୍କାର ଘଣ୍ଟା ହାତରେ ପିନ୍ଧୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ସେଲେବ୍ରିଟୀ ଙ୍କର ଏମିତି କିଛି ମହଙ୍ଗା ଜିନିଷ ବିଷୟରେ

ରଣବୀର ସିଂ :-

ବଲିଉଡ ଅଭିନେତା ରଣବୀର ସିଂ ନିଜର ମସ୍ତ ଶୈଳୀ ଓ ଅଜବ ଫେସନ ସେନ୍ସ ପାଇଁ ସବୁବେଳେ ଚର୍ଚାରେ ରହିଥାଆନ୍ତି । ରଣବୀର ଯେଉଁ ଇଭେଣ୍ଟରେ ସ୍ପଟ ହୁଅନ୍ତି, ତାଙ୍କ ପୋଷାକ ସବୁବେଳେ ଚର୍ଚାର ବିଷୟ ହୋଇଥାଏ । ସବୁଦିନ ସେ କିଛି ଅଜବ ପୋଷାକ ପିନ୍ଧିଥିବାର ନଜର ଆସୁଛନ୍ତି, ଯାହା ସମସ୍ତଙ୍କର ଧ୍ୟାନ ନିଜ ପଟକୁ ଟାଣିଥାଏ । ରଣବୀର ସିଂ ଙ୍କ ପାଖରେ 1000ରୁ ଅଧିକ ଜୋତା ଅଛି, ଯେଉଁଥିରେ 68 ଲକ୍ଷରୁ ଆରମ୍ଭ ହୋଇ କୋଟିଏ ପର୍ଯ୍ୟନ୍ତ ଜୋତା ଅଛି ।

ରଣବୀର କପୁର :-

ଏହି ହେଣ୍ଡସମ ଅଭିନେତା ନିଜ ଷ୍ଟାଇଲ ଓ ଫେସନ କାରଣରୁ ବହୁତ ଲୋକପ୍ରିୟ ଅଛନ୍ତି । ରଣବୀର କପୁର ମଧ୍ୟ ମହଙ୍ଗା Gadgets ବହୁତ ପସନ୍ଦ । ରଣବୀର 3781 ଡଲାର ଅର୍ଥାତ 2,74,691 ଟଙ୍କାର ଜୋତା ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଜୋତା Nike ର X of white ଜୋତାକୁ ଆମେରିକା ଫେସନ ଡିଜାଇନର Virgil Abloh ଡିଜାଇନ କରିଛନ୍ତି, ଯେଉଁଥିରେ Virgil Abloh ଙ୍କ ଜିପ ଟେଗ ଲାଗିଛି ।

ବରୁଣ ଧୱନ :-

ଫିଲ୍ମ ସ୍ଟୁଡେଣ୍ଟ ଅଫ ଦ ଇୟର ରୁ ହିନ୍ଦୀ ସିନେମାରେ ଲଞ୍ଚ ହୋଇଥିବା ବରୁଣ ଧୱନ ବର୍ତମାନ ସଫଳତାର ରାସ୍ତାରେ ଦୌଡୁଛନ୍ତି । ସେ ବର୍ତମାନ ତାଙ୍କର ଆଗାମୀ ଫିଲ୍ମକୁ ନେଇ ବହୁତ ଚର୍ଚାରେ ଅଛନ୍ତି । ବରୁଣ ଙ୍କୁ ଗାଡି ବହୁତ ପସନ୍ଦ । ତାଙ୍କ ପାଖରେ ‘Audemars Piguet Royal Oak Offshore Chronograph’ ପରି କେତେ ବ୍ରାଣ୍ଡେଡ ବାଇକ ଅଛି । ଯାହାର ମୂଲ୍ୟ 18 ରୁ 20 ଲକ୍ଷ ଟଙ୍କା ହେବ ।

ସୁହାନା ଖାନ :-

ଶାହରୁଖ ଖାନ ଙ୍କ ଝିଅ ସୁହାନା ଖାନ ଅଧିକାଂଶ ସମୟ ଚର୍ଚାରେ ରହିଥାଆନ୍ତି । ଜନ୍ମଦିନରେ ସୁହାନା ଗୋଟେ ଧଳା ରଙ୍ଗର ଟି-ଶର୍ଟ ପିନ୍ଧିଥିଲେ । ଯାହାର ମୂଲ୍ୟ ପାଖାପାଖି 50,000 ଟଙ୍କା । ତା ପୂର୍ବରୁ ସେ ନିଜ ସାଙ୍ଗମାନଙ୍କ ସହିତ ଆଉଟିଙ୍ଗ ସମୟରେ ଯେଉଁ ଧଳା ସ୍ନିକର୍ସ ପିନ୍ଧିଥିଲେ ତାର ମୂଲ୍ୟ ମଧ୍ୟ ପାଖାପାଖି 70,000 ଟଙ୍କା ଥିଲା ।

ଶାହରୁଖ ଖାନ :-

ଶାହରୁଖ ଖାନ ଫେସନ କ୍ଷେତ୍ରରେ ବହୁତ ମହଙ୍ଗା ପସନ୍ଦ ରଖିଥାଆନ୍ତି । ସେ ଫେସନ ଓ ଷ୍ଟାଇଲ କ୍ଷେତ୍ରରେ ସବୁ ଷ୍ଟାରମାନଙ୍କ ମଧ୍ୟରୁ ଜଣେ । ସେ ଗୋଟେ ସ୍ଵିଟର ପିନ୍ଧିଥିଲେ ଯାହାର ମୂଲ୍ୟ 42,000 ଟଙ୍କା ଥିଲା । ଏହାଛଡା ତାଙ୍କୁ ମହଙ୍ଗା ଜୀନ୍ସ ଓ ଜ୍ୟାକେଟ ମଧ୍ୟ ବହୁତ ପସନ୍ଦ ।

ସଲମାନ ଖାନ :-

ପଇସା କ୍ଷେତ୍ରରେ ସଲମାନ ଖାନ କାହାଠାରୁ କମ ନୁହନ୍ତି କିନ୍ତୁ ସେ ବହୁତ ସାଧାରଣ ଜୀବନ ବଂଚୁଛନ୍ତି ଓ ଜିନିଷ ମଧ୍ୟ ସାଧାରଣ ରଖୁଛନ୍ତି ।

Leave a Reply

Your email address will not be published. Required fields are marked *