ପ୍ରେମିକ ପାଇଁ ନିଜ ଧର୍ମ ବଦଳାଇଥିଲେ ଏହି ଯୁବତୀ! ବିବାହ ପରେ ଜୀବନ ନେଇଗଲା ସୈତାନ ସ୍ୱାମୀ, ପୂରା ଘଟଣା ଜାଣି ହେବେ ଦୁଃଖିତ

ଯାହା ପାଇଁ ଧର୍ମ ବଦଳାଇ ମୁସଲିମରୁ ହିନ୍ଦୁ ସାଜି ବିବାହ କରିଥିଲେ ସେହି ସ୍ୱାମୀ ନେଇଗଲା ଜୀବନ। ଲଖ୍ନୌ ମଡ଼ିୟାଓଂ ଅଞ୍ଚଳରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଇଶ୍ରତ ପରବିନ ଓରଫ ସୋନି ତିୱାରୀ ହତ୍ୟା ମାମଲାରେ ପୋଲିସ ତାଙ୍କ ସ୍ୱାମୀ ପୁଷ୍ପେନ୍ଦ୍ର ତିୱାରୀଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାଇ ପୁଷ୍ପେନ୍ଦ୍ର ମଡ଼ିୟାଓଂ ଅଞ୍ଚଳରେ ଥିବା ଏକ ଜିମରେ ଟ୍ରେନର୍ ଭାବରେ କାମ କରୁଥିଲେ। ସେଠାକୁ ପରବିନ ମଧ୍ୟ ଆସୁଥିଲେ। ଜିମ୍ ପ୍ରଶିକ୍ଷଣ ଚାଲିଥିବା ବେଳେ ପୁଷ୍ପେନ୍ଦ୍ର ଏବଂ ପରବିନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ ପୁଷ୍ପେନ୍ଦ୍ର ମଡ଼େଲିଂ କରିବା ପାଇଁ ମୁମ୍ବାଇ ଚାଲିଆସିଥିଲେ।

ପରବିନ ମଧ୍ୟ ତାଙ୍କ ପଛରେ ମୁମ୍ବାଇ ଚାଲି ଆସିଥିଲେ ଏବଂ ଇଶ୍ରତ ପରବିନ ରୁ ନିଜ ନାମ ବଦଳାଇ ସୋନି ତିୱାରୀ ରଖି ଦେଇଥିଲେ। ଉଭୟେ ସେଠାରେ ଆର୍ଯ୍ୟ ସମାଜରେ ବିବାହ ମଧ୍ୟ କରିଥିଲେ ହେଁ କରୋନା ସମୟରେ ଲଖ୍ନୌ ଫେରି ଆସିଥିଲେ ଏବଂ ଗୁଣ୍ଡୱା ସ୍ଥିତ ଆଦିଲନଗର ଠାରେ ଘର ଭଡ଼ା ନେଇ ରହିଥିଲେ। ତେବେ, ପୁଷ୍ପେନ୍ଦ୍ର ସମ୍ପର୍କୀୟଙ୍କ ସହାୟତାରେ ନିଜସ୍ୱ ଏକ ଜିମ୍ ଖୋଲିଥିଲା ଯେଉଁଥିପାଇଁ ତାଙ୍କୁ ଲଖ୍ନୌ ଯିବାକୁ ପଡୁଥିଲା।

ଏଥିପାଇଁ ସୋନି ଏବଂ ପୁଷ୍ପେନ୍ଦ୍ର ମଧ୍ୟରେ ଝଗଡ଼ା ଲାଗି ରହୁଥିବା ବେଳେ ସୋନି ଅନ୍ୟ ପୁରୁଷ ସାହିତ ସମ୍ପର୍କ ରଖିଥିବା ପୁଷ୍ପେନ୍ଦ୍ର ସନ୍ଦେହ କରି ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ଯୋଜନା କରିଥିଲା। ଏଥିପାଇଁ ସେ ନିଜ ସାନ ଭାଇ ଗୋବିନ୍ଦ ତିୱାରୀ ଏବଂ ସାଙ୍ଗ ସୁରଜ ବର୍ମାର ସାହାଯ୍ୟ ନେଇଥିଲା। ସୋନି ଶୋଇଥିବା ଅବସ୍ଥାରେ ହତ୍ୟା କରି ସେମାନେ ଶବକୁ କାର ଯୋଗେ ନେଇ ନଦୀରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଛନ୍ତି।

Leave a Reply

Your email address will not be published. Required fields are marked *