ଦେଖନ୍ତୁ ଭିଡ଼ିଓ: ସ୍ୱାମୀ ନା ରାକ୍ଷସ! କଳା ଝିଅ ଜନ୍ମ ହେଲା ବୋଲି ନେଇଗଲା ସ୍ତ୍ରୀର ଜୀବନ, ପୂରା ଘଟଣା ଜାଣି ହେବେ ଦୁଃଖିତ

କଳାବର୍ଣ୍ଣର ଝିଅକୁ ଜନ୍ମ ଦେଇଥିବାରୁ ସ୍ତ୍ରୀକୁ ହତ୍ୟା କରିଦେଲା ସ୍ୱାମୀ। ଆଜ୍ଞା ହଁ, ଏହି ସାମାନ୍ୟ କାରଣ ହେତୁ ବାପା ମାଆକୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଅଢେ଼ଇ ବର୍ଷର ଝିଅ ପୋଲିସ ଆଗରେ କହିଛି। ଉମରକୋଟ ଅଞ୍ଚଳରେ ଏଭଳି ଏକ ଜଘନ୍ୟ କାଣ୍ଡ ଘଟିଯାଇଛି। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାଇ ୫ ବର୍ଷ ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ କାରାଗାଁର ଲିପିକା ମଣ୍ଡଳ ସିଲାଟ ଗାଁର ମାଣିକ ଘୋଷଙ୍କୁ ବିବାହ କରିଥିଲେ। ତେବେ, ୨.୫ ବର୍ଷ ପୂର୍ବେ ଏକ କନ୍ୟା ସନ୍ତାନ ଜନ୍ମ ହେବାକୁ ନେଇ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା। ଏପରିକି ଶାଶୂଘର ଲୋକେ ନିର୍ଯାତନା ଦେଉଥିବା ନେଇ ମଧ୍ୟ ଲିପିକା ଥାନାରେ ଅଭିଯୋଗ କରିଥିଲେ। 

ତେବେ, ଗତ ଜୁନ ମାସରେ ମାଣିକ ନିଜ ସ୍ତ୍ରୀ ପିଲାଙ୍କ ସହିତ କାକିନାଡ଼ା ଚାଲି ଆସିଥିଲେ। ଏଠାରେ ସବୁକିଛି ଠିକ ଚାଲିଥିବା ବେଳେ ହଠାତ ଲିପିକା ରହସ୍ୟଜନକ ଭାବରେ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣାରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ମାଣିକଙ୍କୁ ଗିରଫ କରିଥିଲା। ତେବେ, ବାପା ମାଣିକ ହିଁ ମାଆଙ୍କୁ ହତ୍ୟା କରିଥିବା ଅଢେ଼ଇ ବର୍ଷର ଝିଅଟି ପୋଲିସ ଆଗରେ କହିଛି। କୁନି ଝିଅଟିକୁ ତାର ମାମୁଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *