ଦେହ ବ୍ୟବସାୟ ପାଇଁ ମନା କରିବାରୁ ମାରିଦେଲେ, ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ! ଜାଣନ୍ତୁ ପୂରା ଘଟଣା

ଉତ୍ତରାଖଣ୍ଡ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ୧୯ ବର୍ଷୀୟା ଅଙ୍କିତା ସ୍ଥାନୀୟ ଏକ ରିସୋର୍ଟରେ ରିସେପ୍ସନିଷ୍ଟ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କୁ ହତ୍ୟା କରାଯାଇ ଏକ କେନାଲରେ ଫିଙ୍ଗି ଦିଆଯାଇଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ବିଜେପି ନେତାଙ୍କ ପୁଅ ସାମିଲ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାଇ ଋଷିକେଶ-ଚିଲା ରାସ୍ତା ଉପରେ ଗଙ୍ଗା ଭୋଗପୁର ଅଞ୍ଚଳରେ ବିନୋଦ ଆର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କର ଏକ ରିସୋର୍ଟ ରହିଛି। ଅଙ୍କିତା ସେଠାରେ ରିସେପ୍ସନିଷ୍ଟ ଭାବରେ କାମ କରି ଆସୁଥିଲେ। ତେବେ, ଗତ ସେପ୍ଟେମ୍ବର ୧୯ ତାରିଖରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଏଥିନେଇ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲାଟିକୁ ଗମ୍ଭୀରତାର ସହିତ ନେଇ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କୁ ଗିରଫ କରିଛି। 

ପୋଲିସ ରିସୋର୍ଟ ମାଲିକ ପୁଲକିତ ଆର୍ଯ୍ୟ, ମ୍ୟାନେଜର ସୌରଭ ଭାସ୍କର ଓ ସହକାରୀ ପରିଚାଳକ ଅଙ୍କିତ ଗୁପ୍ତାଙ୍କୁ ଗିରଫ କରିଥିବା ବେଳେ ପୁଲକିତ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ବୋଲି କୁହାଯାଉଛି। ପ୍ରଥମେ ପଚରା ଉଚରା କରିବା ବେଳେ ଅଭିଯୁକ୍ତ ମାନେ ପୋଲିସକୁ ଦ୍ଵନ୍ଦରେ ପକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ, ପୋଲିସ କଠୋର ପ୍ରଶ୍ନ ପଚାରିବାରୁ ସେମାନେ ଅଙ୍କିତାଙ୍କୁ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଛନ୍ତି।

Leave a Reply

Your email address will not be published. Required fields are marked *