ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ: ରିସୋର୍ଟ ରୋଷେୟା ବଖାଣିଲେ ଶେଷ ଫୋନକଲର କାହାଣୀ, ଦେଖନ୍ତୁ ଭିଡ଼ିଓ

ଉତ୍ତରାଖଣ୍ଡ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ତେବେ, ଅଙ୍କିତାଙ୍କ ସହିତ ଶେଷ ଥର ପାଇଁ କଥା ହୋଇଥିବା ସେହି ରିସୋର୍ଟର ରୋଷେୟା ନିଜର ବୟାନ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉତ୍ତରାଖଣ୍ଡର ଏକ ରିସୋର୍ଟରେ କାମ କରୁଥିବା ୧୯ ବର୍ଷୀୟା ଅଙ୍କିତାଙ୍କୁ ଅଭିଯୁକ୍ତମାନେ ହତ୍ୟା କରି କେନାଲକୁ ଫିଙ୍ଗି ଦେଇଥିଲେ।

ଉକ୍ତ ରିସୋର୍ଟର ରୋଷେୟାଙ୍କ କହିବା ଅନୁଯାଇ ସେ ସେପ୍ଟେମ୍ବର ୧୮ ତାରିଖ ଅପରାହ୍ନ ୩ ଟା ସମୟରେ ଅଙ୍କିତାଙ୍କୁ ଶେଷଥର ପାଇଁ ଦେଖିଥିଲେ। ସେହିଦିନ ରାତିରେ ଅଙ୍କିତା ତାଙ୍କୁ ଫୋନ ଦ୍ୱାରା ଯୋଗାଯୋଗ ମଧ୍ୟ କରିଥିଲେ। ସେ ସେହି ସମୟରେ କାନ୍ଦୁଥିବା ବେଳେ ତୁରନ୍ତ ତାଙ୍କ ବ୍ୟାଗ ରାସ୍ତା ଉପରକୁ ନେଇ ଆସିବା ପାଇଁ କହିଥିଲେ। ତେବେ, ସେ ବ୍ୟାଗ ନେଇ ରାସ୍ତା ଉପରକୁ ଆସିଥିଲେ ହେଁ ସେଠାରେ ଅଙ୍କିତାଙ୍କୁ ପାଇନଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୮ ତାରିଖ ଦିନ ଅଙ୍କିତା ଆଉ ୩ ଜଣଙ୍କ ସହିତ ରିସୋର୍ଟରୁ ବାହାରିଥିଲେ। ସମସ୍ତେ ରାତି ୯ଟା ସୁଦ୍ଧା ଫେରି ଆସିଥିଲେ ହେଁ ଅଙ୍କିତା ଫେରିନଥିଲେ। ଏପରିକି ଅଙ୍କିତାଙ୍କ ରୁମକୁ ଖାଦ୍ୟ ନେଇ ଯିବାପାଇଁ ମଧ୍ୟ ତାଙ୍କୁ ବାରଣ କରାଯାଇଥିବା ରୋଷେୟା ଜଣକ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୋଲିସ ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ପୂର୍ବତନ ବିଜେପି ନେତାଙ୍କ ପୁଅ ସାମିଲ ରହିଥିବା ଜଣାଯାଇଛି।

Leave a Reply