୪ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ସହ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଫାଇନାଲରେ ଭାରତ,ଏହି ଦିନ ଖେଳାଯିବ ରୋମାଞ୍ଚକ ମ୍ୟାଚ୍‌

ଚଳିତ ବର୍ଷ ବିଶ୍ୱକପ ରେ ଭାରତ ଗ୍ରୁପ୍‌ ମ୍ୟାଚ୍‌ରେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଭଳି ଟିମକୁ ପରାଜିତ କରି ୪ ମ୍ୟାଚ୍‌ରୁ ୮ ପଏଣ୍ଟ୍‌ ସହ ଶୀର୍ଷରେ ରହି ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା ଓ ଅନ୍ୟ ପକ୍ଷରେ ଗ୍ରୁପ୍‌-ବିରେ ୪ରୁ ୩ ମ୍ୟାଚ୍‌ ଜିତି ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ୍‌ରେ ପହଞ୍ଚିଥିଲା ଇଂଲଣ୍ଡ ଏବଂ ଦୁଇ ଦଳ ମଧ୍ୟରେ ଗୁରୁ ବାର ଦିନ ଖେଳାଯିବାକୁ ଥିବା ସେମିଫାଇନାଲ୍‌ ବର୍ଷା ଯୋଗୁଁ ମ୍ୟାଚ ସମ୍ପୂର୍ଣ ବାତିଲ ହୋଇଯାଇଥିଲା ।

ଫଳରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଗୁରୁବାର ଦିନ ନିଜର ପ୍ରଥମ ଟି -୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିବାରେ ସାହାଯ୍ୟ ହୋଇଥିଲା, କାରଣ କୌଣସି ରିଜର୍ଭ ଡେ ଖେଳ ଖେଳାଯିବନାହିଁ ବୋଲି ଆଇସିସି ସ୍ପ‌ଷ୍ଟ କରିଥିଲା ।

ଅଷ୍ଟ୍ରେଲିଆ କ୍ରମାଗତ ୬ଷ୍ଠ ଥର ପାଇଁ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଥିବା ବେଳେ ଅନ୍ୟପକ୍ଷରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ରେ ପହଞ୍ଚିଛି,ଡିଫେଣ୍ଡିଂ ତଥା ୪ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ସହ ଭାରତ ଆସନ୍ତା ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ଥାନୀୟ ମେଲବର୍ନ ଷ୍ଟାଡିୟମ ରେ ଖେଳାଯିବ ।

Leave a Reply

Your email address will not be published. Required fields are marked *