ବାଦ ପଡିଲେ ଟି ନଟରାଜନ

ବଅନ୍ଧୁଗଣ ଆପଣ ମାନେ ସମସ୍ତେ ଭାରତୀୟ ପେସ ବୋଲର ଟି ନଟରାଜନ ଙ୍କୁ ଜାଣିଥିବେ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ରେ ଟି ନଟରାଜନ ଖୁବ ଦମଦାର ପଦର୍ଶନ କରିଥିଲେ।କିନ୍ତୁ ତାଙ୍କୁ ଚଳିତ ବର୍ଷ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ରେ ସାମିଲ କରାଯାଇନାହିଁ।ଏହାର କାରଣ ହେଉଛି ବିସିସିଆଇର ଅନୁରୋଧ କ୍ରମେ ତାମିଲନାଡୁ ଟିମ ରୁ ତାଙ୍କୁ ବାଦ ଦିଆଯାଇଛି

ଏହାର କାରଣ ହେଲା ଇଂଲଣ୍ଡ ବିପକ୍ଷରେ ଥିବା ଦିନିକିଆ ସିରିଜ ଖେଳିବେ ।
ଟିଏନସିଏ ସଚିବ ଆରଏସ ରାମାସ୍ୱାମୀ କହିଛନ୍ତି ଯେ, ବିସିସିଆଇ ଓ ଟିମ୍ ଇଣ୍ଡିଆ ଟିମ ମ୍ୟାନେଜମେଣ୍ଟ ନଟରାଜନ ଙ୍କୁ ଇଂଲଣ୍ଡ ପିପକ୍ଷ ଦିନିକିଆ ମ୍ୟାଚ ରେ ସ୍ଥାନ ଦେବାକୁ ଚାହିଁଛି।ଦଳ ର ହିତ କୁ ଦୃଷ୍ଟି ରେ ରଖି ତାମିଲନାଡୁ କ୍ରିକେଟ ସଂଘ ଏଇ ମତରେ ସହମତି ହୋଇଛି।ଇଂଲଣ୍ଡ ବିପକ୍ଷରେ 5 ଟି 20 ମୁକାବିଲା ଖେଳାଯିବ। ସୂଚନାଯୋଗ୍ୟ, ୨୯ ବର୍ଷୀୟ ନଟରାଜନ ଅଷ୍ଟ୍ରେଲିଆରେ ଆକର୍ଷଣୀୟ ବୋଲିଂ କରିଥିଲେ ।

ନଟରାଜନ ଏହି ଗସ୍ତ ର ତିନୋଟି ଫାର୍ମଟ ରେ ପଦାର୍ପଣ କରିଥିଲେ।ନଟରାଜନ ଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ କେବଳ ଟି 20 ରେ ସାମିଲ କରାଯାଇଥିଲା।କିନ୍ତୁ ପରେ ତାଙ୍କୁ ତିନୋଟି ଫର୍ମାଟ ପାଇଁ ଚୟନ କରାଯାଇଥିଲା।ଆମେ ଏଠି ଆପଣ ମାନଙ୍କୁ କହି ରଖୁଛୁ କି ନଟରାଜନ ବ୍ରିସ୍ବେନ ଟେଷ୍ଟ ମ୍ୟାଚ ରେ ପଦାର୍ପଣ କରିଥିଲେ ଓ ସେ ବହୁତ ସୁନ୍ଦର ବୋଲିଂ କରିଥିଲେ।ଫଳରେ ଅଷ୍ଟ୍ରେଲିଆ ଟିମ ର ବ୍ୟାଟିଙ୍ଗ ବିପର୍ଯ୍ୟସ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *