୮୦ ଦଶକର ସୁପରହିଟ ଯୋଡି ସନୀ ଦେଓଲଙ୍କ ପସନ୍ଦିତା ହିରୋଇନ ଙ୍କ ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ !

ବଲିଉଡର କିଛି ସମୟ ପୂର୍ବର ଅଭିନେତା ଓ ଅଭିନେତ୍ରୀଙ୍କର ଫଟୋ ଦେଖି ଏବେ ମଧ୍ୟ ଚିହ୍ନିବା କଷ୍ଟ, ବଲିଉଡ ଅଭିନେତା ସନୀ ଦେଓଲ ନିଜର ଉଚ୍ଚକୋଟିର ଅଭିନୟ ଓ ଦମଦାର ଭଏସ ପାଇଁ ବେଶ ପରିଚିତ ଥିଲେ । ସେ ଏକରୁ ବଳି ଏକ ହିଟ ଫିଲ୍ମ ଦେଇଛନ୍ତି । ସେ ମଧ୍ୟରୁ କିଛି ସୁପରହିଟ ଫିଲ୍ମ ଯେପରିକି ଘାତକ, ଦାମିନୀ ଓ ଗଦର ଭଳି ଫିଲ୍ମ ରହିଛି ।

ସନୀ ଦେଓଲ ଆଜି ପର୍ଯ୍ୟନ୍ତ ନିଜର କ୍ୟାରିଆରରେ ଅନେକ ଅଭିନେତ୍ରୀଙ୍କ ସହିତ ଅଭିନୟ କରିସାରିଛନ୍ତି କିନ୍ତୁ ସୁପରହିଟ ଫିଲ୍ମ ଘାତକ ଯାହାକି ୮ ନଭେମ୍ବର୧୯୯୬ ରେ ରିଲିଜ ହୋଇଥିଲା ସନିଦେଓଲଙ୍କର ଏହି ଫିଲ୍ମରେ ତାଙ୍କ ସହ ପ୍ରସିଦ୍ଧ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରୀ ଥିଲେ, ସେ ‘ଏବି ୱୀକ୍ଲି ମିସ ଇଣ୍ଡିଆ ୧୯୮୧’ ର ଟାଇଟଲ ଜିତିଥିଲେ ।

ମିନାକ୍ଷୀଙ୍କର ଫିଲ୍ମ ଘାୟଲ ଯାହା ତାଙ୍କର ସୁପରହିଟ ଫିଲ୍ମ ମଧ୍ୟରୁ ଗୋଟିଏ ଫିଲ୍ମ ଥିଲା ୧୯୯୫ ରେ ମିନାକ୍ଷୀ ନ୍ୟୁୟର୍କ ନିବାସୀ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ହରିଶ ମାୟାରଙ୍କୁ ବିବାହ କରିନେଇଥିଲେ । ଦୁହେଁ ଏକ ଫିଲ୍ମ ପାର୍ଟିରେ ପରସ୍ପରକୁ ଭେଟି ଥିଲେ ଓ ପରେ ବିବାହ କରିଥିଲେ । ମିନାକ୍ଷୀଙ୍କର ବିବାହ ମଧ୍ୟ କୌଣସି ସସପେନ୍ସ ଠାରୁ କମ ନଥିଲା ଏମିତିକି ତାଙ୍କର ପରିବାରର ଲୋକଙ୍କୁ ମଧ୍ୟ ଏକଥାର ସୂଚନା ପରେ ମିଳିଥିଲା । ବିବାହ ପରେ ମିନାକ୍ଷୀ ଆମେରିକାରେ ରହିବାର ନିଷ୍ପତ୍ତି ନେଇଥିଲେ ଓ ଫିଲ୍ମ ଦୁନିଆରୁ ଗାୟବ ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *