ଝିଅମାନେ ସୁନ୍ଦର ଦେଖାଯିବା ପାଇଁ ବହୁତ କିଛି କରନ୍ତି, ବିଉଟି ପ୍ରଡକ୍ଟ ରୁ ଧରି କି ପ୍ଲାଷ୍ଟିକ ସର୍ଜରି ପ୍ରଯ୍ୟନ୍ତ ସବୁ କିଛି କରୁଛନ୍ତି। ତାପରେ ବି କଣ ଆପଣ ଭାବି ପାରିବେ? ଗୋଟେ ଝିଅ ଅସୁନ୍ଦର ଦେଖାଯିବାକୁ ଚାହେଁ ବୋଲି…
ଆମେ ଆଜି ଆପଣମାନଙ୍କୁ ଗୋଟେ ଏମିତି ଝିଅ କଥା କହିବୁ ଯିଏ ଅସୁନ୍ଦର ଦେଖାଯିବା ପାଈଁ ବହୁତ ଟଙ୍କା ଖର୍ଚ୍ଚ କଲା।
ଆମେରିକା ର Eva Tiamat Medusa କସମେଟିକ ସର୍ଜରି ଜରିଆ ରେ ନିଜର ରୂପ କୁ ଡ୍ରାଗନ ରୂପ ରେ ପରିଣତ କରିଦେଇଥିଲେ। ଏବେ ଲୋକେ ତାଙ୍କୁ ଡ୍ରାଗନ ଲେଡି ଵୋଲି ଡାକୁଛନ୍ତି।
କିଛି ଲୋକ ଭାବୁଛନ୍ତି Medusa ଙ୍କୁ କିଛି ଭୟଙ୍କର ରିଏକ୍ସନ ହେଇଚି , ମାତ୍ର ସତ ଏହା ଯେ ସେ ତାଙ୍କ ନିଜ ଇଛା ରେ ଏହି ରୂପ କୁ ନିଜର କରିଛନ୍ତି। ଯାହା ପାଇଁ ତାଙ୍କୁ ୪୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ବି କରିବାକୁ ପଡିଥିଲା।
ଯେବେ Medusa ଙ୍କୁ ତାଙ୍କ ଏହି ରୂପ କୁ ନିଜର କରିବା ପଛରେ ଥିବା କାରଣ ପଚରା ଗଲା , ସେ କହିଲେ ପିଲାବେଳେ ତାଙ୍କ ମା ବାପା ତାଙ୍କ ଘରରୁ ବାହାର କରିଦେଇଥିଲେ। ତାପରେ ସେ ସାପ ମାନଙ୍କ ସହ ବହୁତ ସମୟ ରହିଥିଲେ , ଏହି ରୂପ ସେ ସାପ ମାନଙ୍କ ପାଇଁ ନେଇଥିଲେ।
Medusa ନିଜ କାନ କାଟି ଦେଇଛନ୍ତି, ନାକ ଚେପଟା ଆଉ ମୁଣ୍ଡ ରେ ସିଙ୍ଗ ବି ଲଗେଇ ଛନ୍ତି। ସବୁଠୁ ଅଜବ କଥା ଏହା ଯେ ସେ ତାଙ୍କ ଜିଭ ବି ମଝିରୁ କାଟି ଦେଇ ଦୁଇ ଭାଗ କରିଦେଇଛନ୍ତି ଆଉ ଶରୀର ସାରା ଟାଟୁ କରିଛନ୍ତି। ସେ ନିଜ ଆଖିର ଧଳା ଭାଗକୁ ସବୁଜ ରଙ୍ଗ ର କରିଛନ୍ତି।
Medusa ଙ୍କ ଜନ୍ମ ଆମେରିକା ର ବୃନି ଟେକ୍ସସ ସହର ରେ ହେଇଥିଲା। ତାଙ୍କ ରୂପ ଭୟଙ୍କର ହେଲେ କଣ ହେଲା, ଏମିତି କରି ସେ ଦୁନିଆ ର ପ୍ରଥମ ମହିଳା ହେଇ ଯାଇଛନ୍ତି, ଯିଏ ଅସୁନ୍ଦର ଦେଖାଯିବା ପାଇଁ ଏତେ ଟଙ୍କା ଖର୍ଚ୍ଚ କଲେ।