ଜଣେ ରାଜା ନିଜ ପ୍ରଜା ମାନଙ୍କ ର ହାଲଚାଲ ଜାଣିବା ପାଇଁ ଛଦ୍ମ ବେଶ ରେ ନିଜ ମନ୍ତ୍ରୀ ଙ୍କ ସହ ନଗର ଭ୍ରମଣ ରେ ବାହାରିଲେ। ସେହି ସମୟ ରେ କଣ୍ଟା ବାଜି ରାଜା ଙ୍କ କୁର୍ତା ଚିରିଗଲା। ରାଜା ମନ୍ତ୍ରୀ ଙ୍କୁ ଦର୍ଜୀ ଙ୍କୁ ଖୋଜି ଆଣିବା ପାଇଁ କହିଲେ। ମନ୍ତ୍ରୀ ଦର୍ଜୀ କୁ ସମସ୍ତ କଥା କହି ଡାକି ଆଣିଲେ। ଦର୍ଜୀ ଛୁନ୍ଚିସୂତା ଧରି ରାଜା ଙ୍କ ପାଖ କୁ ଆସିଲା ଓ ବହୁତ ଭଲ ଭାବରେ ରାଜା ଙ୍କ କୁର୍ତା ସିଲେଇ କରିଦେଲା। ରାଜା ତା କାମ ରେ ବହୁତ ଖୁସି ଥିଲା କାରଣ କୁର୍ତା ରେ ଚିରି ଯାଇଥିବା ଅଂଶ ଜଣା ପଡୁ ନଥିଲା।
ରାଜା ଖୁସି ହୋଇ ଦର୍ଜୀ କୁ କହିଲେ କଣ ମାଗୁଛୁ ମାଗ। ଦର୍ଜୀ ଭାବିଲା ଦୁଇଟି ମୁଦ୍ରା ମାଗିବି, ପୁଣି ଭାବିଲା ଏତେ ଛୋଟ କାମ ପାଇଁ ଏତେ ମୂଲ୍ଯ ମାଗୁଛି ବୋଲି ରାଜା ଯଦି ଦଣ୍ଡ ଦେଇ ଦେବେ। ସେ ରାଜା ଙ୍କୁ କହିଲା ଏଇଟା ଛୋଟ କାମ ଟା , ଏହାର ଦାମ କେମିତି ନେବି ଥାଉ। ରାଜା କହିଲେ କାମ କରିଛ ତା ମୂଲ୍ଯ ନେବାକୁ ହେବ। ଦର୍ଜୀ କହିଲା ଆପଣ ଯାହା ଉଚିତ ମନେ କରୁଛନ୍ତି ଦିଅନ୍ତୁ।
ରାଜା ଚିନ୍ତା ରେ ପଡିଗଲେ କଣ ଦେବେ ବୋଲି। ରାଜା ମନ୍ତ୍ରୀ ଙ୍କୁ କହିଲେ ଦର୍ଜୀ ଙ୍କୁ ଦୁଇଟି ଗାଁ ଦେଇଦିଅ। ଦର୍ଜୀ ଭାବିଲା ମୁଁ ତ ୨ଟି ମୁଦ୍ରା ମାଗିବା ପାଇଁ ଭାବୁଥିଲି କିନ୍ତୁ ରାଜା ୨ଟି ଗାଁ ଦେଇଦେଲେ।
ଏହି କାହାଣୀ ରୁ ଆମେ ଶିଖିଲେ କି ଆମେ ନିଜର ଭାବନା କୁ ସବୁଦିନ ବଡ ରଖିବା ଜରୁରୀ, ବେଳେ ବେଳେ ଆମେ ନିଜର କାମ କୁ ଛୋଟ ଭାବି ନଉ, ସେଥିପାଇଁ ଆମକୁ ତାର ସଠିକ ଫଳ ମିଳେ ନାହିଁ। ଯଦି ଦର୍ଜୀ ୨ ଟି ମୁଦ୍ରା ମାଗିଥାନ୍ତା ତାହାଲେ ତାକୁ ୨ ଟି ଗାଁ ମିଳି ନଥାନ୍ତା।