ଗୋଟିଏ ଗାଁ ର ବାହାରେ ଦୁଇ ଜଣ ସାଧୁ ଝୋପଡି ବନେଇ ରହୁଥିଲେ। ଦୁଇ ସାଧୁ ପ୍ରତେକ ଦିନ ଅଲଗା ଅଲଗା ଜାଗା କୁ ଯାଇ ଭିଖ୍ଯା ମାଗି ସଂନ୍ଧ୍ଯା ରେ ନିଜ ବାସ ସ୍ଥାନ କୁ ଫେରି ଆସୁଥିଲେ।ଭଗବାନ ଙ୍କ ନାମ ନେଇ ତାଙ୍କ ଜୀବନ ଅତିବାହିତ ହେଉଥିଲା। ପ୍ରତେକ ଦିନ ଭଳି ସେଦିନ ମଧ୍ଯ ଅଲଗା ଅଲଗା ଗାଁ କୁ ଭିଖ୍ଯା ମାଗିବା ପାଇଁ ବାହାରି ଗଲେ। ସଂନ୍ଧ୍ଯା ରେ ଆସି ପହଁନ୍ଚିଲା ପରେ ଜାଣିଲେ ଗାଁ ରେ ଝଡ ତୁଫାନ ଆସିଥିଲା।
ପ୍ରଥମ ସାଧୁ ଝୋପଡି ପାଖକୁ ଯାଇ ଦେଖିଲା ତ ଝଡ ପାଇଁ ଝୋପଡି ଅଧା ଭାଙ୍ଗି ଯାଇଛି। ଏହା ଦେଖି ସେ କ୍ରୋଧିତ ହୋଇଗଲେ ଓ ଭଗୋବାନ ଙ୍କୁ ଦୋଷ ଦେଇ ରାଗିଲେ। ସେ କହିଲେ ଯେ ତୁମକୁ ପୂଜା କରି ତୁମ ନାମ ଜପ କରୁଛି ତଥାପି ମୋ ସହ ଏମିତି କଲ ଚୋର ବଦମାସ ଙ୍କ ଘର ତ ଠିକ ରଖିଛ।
ଅନ୍ଯ ସାଧୁ ଜଣଙ୍କମଧ୍ଯ ଝୋପଡି ପାଖରେ ପହଁନ୍ଚି ଦେଖିଲେ ଝଡତୁଫାନ ପାଇଁ ପାଇଁ ଝୋପଡି ଅଧା ଭାଙ୍ଗି ଯାଇଛି। ସେ କହିଲେ ପ୍ରଭୁ ତୁମେ ସତରେ ଅଛ ଏତେ ଝଡ ରେ ବି ଝୋପଡି ପୁରା ଭାଙ୍ଗିନି। ଏବେ ମୁଁ ଏଥିରେ ବିଶ୍ରାମ କରି ପାରିବି। ସେ କହିଲେ ପ୍ରଭୁ ତୁମେ ମୋ ଭକ୍ତି ବ୍ଯର୍ଥ କରିନ। ମୋତେ ବହୁତ ଭଲପାଅ। ଆଜିଠାରୁ ମୋ ବିଶ୍ବାସ ଆହୁରି ବଢିଗଲା।
ସମାନ ଘଟଣା ର ଭିନ୍ନ ପ୍ରତିକ୍ରିୟା।ଘଟଣା କୁ ନକରାତ୍ମକ ଭାବେ ନ ଗ୍ରହଣନକରି ସକରାତ୍ମକ ଭାବେ ଗ୍ରହଣ କଲେ ଜୀବନ ସୁଖ ମୟ ହେବ। କାରଣ ଆମ ଭାବନା ହିଁ ଆମ ଦୁଃଖ ଓ ସୁଖ ର କାରଣ।