ରଣବୀର ଓ ଦୀପିକା ଙ୍କ ବିବାହ ଫୋଟ ଖୁବ ଚର୍ଚ୍ଚା ର ସହ ଭଇରାଲ ହେବାରେ ଲାଗିଛି। ଦେଖନ୍ତୁ ସବୁ ଫୋଟୋ…

ବନ୍ଧୁଗଣ, ବହିବର୍ଷ ଧରି ପରଷ୍ପର କୁ ଡେଟ କରିବା ପରେ ରଣବୀର ଓ ଦୀପିକା ଏବେ ସମ୍ପୂର୍ଣ୍ଣ ଭାବରେ ଦୁହେଁ ଦୁଇ ଜଣ ଙ୍କର ହୋଇଯାଇଛନ୍ତି। ଏହି ଦୁଇଜଣ ବିବାହ ବନ୍ଧନ ରେ ଇଟଲୀ ର ଲେକ କୋମୋ ର ବିଲା ଦି ବଲାବିୟାନେଲ ରେ ଆବଧ ହୋଇଛନ୍ତି।

ଏମାନଙ୍କ ବିବାହ ବହୁତ ଧୁମଧାମ ରେ କରାଯାଇଛି। ଏମାନଙ୍କ ବିବାହ ରେ ବେଶି ଲୋକ ଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ଶୁଣାଯାଉଛି କି ଏମାନଙ୍କ ବିବାହ ରେ ୩୦ ଜଣ ହିଁ ଆସିଥିଲେ। ନିକଟତର ବନ୍ଧୁ ଓ ସମ୍ପର୍କିୟ ଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ଶୁଣାଯାଉଛି କି ସଂଙ୍ଗିତ ଓ ନିର୍ବନ୍ଧ ବହୁତ ଭଲ ଭାବରେ ହୋଇଥିଲା। ସଂଙ୍ଗିତ ରେ ଲୋକପ୍ରିୟ ଗାୟକ ହର୍ଷଦୀପ ଯୋଗଦେଇଥିଲେ। ଶୁଭା ମୁଢଗଲ ମଧ୍ଯ ଯୋଗ ଦେଇଥିଲେ। ଏହି ଅବସର ରେ ରଣବୀର ବି ପଛେଇ ନଥିଲେ, ନିଜ ପିଲ୍ମ “ଗୁଣ୍ଡେ” ର “ତୁନେ ମାରି ଏଣ୍ଟ୍ରିୟା” ରେ ନିଜ ସ୍ତ୍ରୀ ପାଇଁ ନାଚି ଥିଲେ।

ବିବାହ ର କଥା କହିବା ପାଇଁ ଗଲେ, ଦୀପିକା ଦଖିଣ ଭାରତ ର, ତେଣୁ ବିବାହ ପ୍ରଥମେ କୋଂକଣୀ ନୀତି ରେ ହେଲା। ଏହାପରେ ସିଂଧି ନିତୀ ରେ ୧୫ ତାରିଖ ରେ ବିବାହ ହେଲା। କାରଣ ରଣବୀର ଙ୍କ ପରିବାର ସେହି ନୀତି ରେ ବିବାହ ହୁଏ। ସେମାନେ ନିଜ ବିବାହ ର ଫୋଟ ସୋସିଆଲ ମିଡିଆ ରେ ପୋଷ୍ଟ କରିବା ର କିଛି ସମୟ ପରେ ହିଁ ଶୁଭକାମନା ର ସୁଅ ଛୁଟିଥିଲା। ଦର୍ଶକ ଙ୍କ ଠାରୁ ଆରମ୍ଭ କରି ବୋଲିଉଡ ର ବଡ ବଡ ଅଭିନେତା, ଅଭିନେତ୍ରୀ ମାନେ ଶୁବକାମନା ଜଣାଇଥିଲେ।

ଆମେ ମଧ୍ଯ ବିବାହ ର ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛୁ। ସବୁବେଳେ ଦର୍ଶକ ମନ ଏମିତି ଜିତି ପାରନ୍ତୁ ଏହା ହିଁ ଆମର କାମନା।

Leave a Reply