ଆସନ୍ତୁ ଜାଣିବା ଏ ବର୍ଷ ରେ ସବୁଠୁ ଅଧିକ ଟଙ୍କା ରାଶି ଆୟ କରିଥିବା ବଲିଉଡ ସିନେମା, ଯାହା ସଞ୍ଜୁ କୁ ମଧ୍ୟ ପଛରେ ପକାଇ ପ୍ରଥମ ସ୍ଥାନ ଗ୍ରହଣ କରିଛି।

ସାଧାରଣତଃ ଏହି ବର୍ଷ ବଲିଉଡ୍ ଚଳଚ୍ଚିତ୍ର ପାଇଁ ବହୁତ ଖାସ୍ ରହିଛି। ଏହି ବର୍ଷ ରେ ବହୁତ ଗୁଡାଏ ହିନ୍ଦୀ ଚଳଚିତ୍ର ହିଟ୍ ସାବିତ୍ ହୋଇଛି। ଏବଂ ବହୁ ସିନେମା ୧୦୦ କୋଟି ଟଙ୍କା ଆୟ ମଧ୍ଯ କରି ସରିଛି। ଏହି ବର୍ଷ ବହୁତ୍ ଛୋଟ ବଜେଟ୍ ର ଚଳଚ୍ଚିତ୍ର ବି ଭଲ କମେଇ କରିଥିବା ଜଣା ପଡ଼ିଛି। ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ବଲିଉଡ ଚଳଚିତ୍ର ଜଗତର ଅଧିକ ଟଙ୍କା ରାଶି କମେଇଥିବ ଏପରି ୫ଗୋଟି ଚଳଚିତ୍ର ବିଷୟରେ ଜାଣିବା।

୫.ରାଜି:

ଆମର ଏହି ଲିଷ୍ଟ୍ ରେ ୫ ନିମ୍ବର ସ୍ଥାନ ପାଇଥିବା ଆଲିଆ ଭଟ୍ ଙ୍କ ଫିଲ୍ମ୍ ରାଜି।୪୦କୋଟି ଟଙ୍କା ବଜେଟ୍ ର ଏହି ଫିଲ୍ମ୍ ଏବେ ପର୍ଯ୍ୟନ୍ତ ୧୯୦କୋଟି ଟଙ୍କା ର ବ୍ୟବସାୟ କରି ସାରିଲାଣି। ଏହି ଚଳଚିତ୍ର ରେ ଅଳିଆ ଭଟ୍ ଏବଂ ଭିକୀ କୌଶଳ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

୪. ବାଗି ୨:

ଏହି ଚଳଚ୍ଚିତ୍ର ୨୫ ମାର୍ଚ୍ଚ ରେ ରିଲିଜ ହୋଇଥିଲା। ଏହି ଚଳଚ୍ଚିତ୍ର ରେ ଟାଇଗର ସରଫ୍ ଏବଂ ଦିଶା ପଟାନି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।ଏବେ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ୨୬୦ କୋଟି ଟଙ୍କା ର ବ୍ୟବସାୟ କରିସାରିଛି।

୩. ରେସ୍ ୩:

ଏହି ଚଳଚ୍ଚିତ୍ର ରେ ମୁଖ୍ୟ ଭୂମିକାରେ ସଲମାଲ୍ ଖାନ୍, ବବି ଦେଓଲ୍,ଏବଂ ଅନିଲ କାପୂର୍ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ଏବେଯାଏଁ ଦେଶ ଓ ବିଦେଶରେ ମିଶି ୨୭୦ କୋଟି ଟଙ୍କା ର ବ୍ୟବସାୟ କରିସାରିଛି।

୨.ସଞ୍ଜୁ:

ଏହି ଚଳଚିତ୍ର ରାଜକୁମାର ହିରାନି ଙ୍କ ଦ୍ଵାରା ନିର୍ମିତ ହେଇଥିଲା ଏହି ଚଳଚ୍ଚିତ୍ର ରେ ମୁଖ୍ୟ ଭୂମିକାରେ ରଣବୀର କାପୁର୍ ଅଭିନୟ କରିଛନ୍ତି।ଏହା ଚଳଚିତ୍ର ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁପର ଷ୍ଟାର୍ ସଞ୍ଜୟ ଦତ୍ତ ଙ୍କ ଅତ୍ମ ଜୀବନୀ ଉପରେ ପର୍ଯ୍ୟବେଶିତ। ଦେଶ ଏଵଂ ବିଦେଶୀ ରେ ମିଶି ଏବେଯାଏଁ ୩୫୦ କୋଟି ଟଙ୍କାର ବ୍ୟବସାୟ କରିସାରିଛି।

୧. ପଦ୍ମାବତୀ:

୨୫ ଜାନୁଆରୀ ରେ ଏହି ଚଳଚ୍ଚିତ୍ର ରିଲିଜ ହୋଇଥିଲା।ଏହି ଚଳଚ୍ଚିତ୍ର ରେ ସାହିଦ୍ କପୂର୍, ରଣବିର୍ ସିଂ ଏବଂ ଦୀପିକା ପାଦୁକୁନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ଦେଶ ଓ ବିଦେଶ ଉଭୟ ପକ୍ଷରୁ ୫୬୫ କୋଟି ଟଙ୍କାର ବ୍ୟବସାୟ କରିସାରିଛି।

Leave a Reply