୬ ଜୁଲାଇ ୧୯୮୫ରେ ମୁମ୍ବାଇର ଏକ ସିନ୍ଧି ପରିବାରରେ ରଣବୀର ସିଂଙ୍କ ଜନ୍ମ । ପିତା ହେଉଛନ୍ତି ଜଗଜିତ୍ ସିଂ ଏବଂ ମା ଅଞ୍ଜୁ । ରଣବୀରଙ୍କ ଜେଜେବାପା ସୁନ୍ଦର ସିଂ ଭବନାନୀ ଓ ଜେଜେମା ଚାନ୍ଦ ବୁର୍କେ ଭାରତ ବିଭାଜନ ବେଳେ କରାଚୀରୁ(ବର୍ତ୍ତମାନର ପାକିସ୍ଥାନ) ଆସି ମୁମ୍ବାଇରେ ବସବାସ କଲେ । ରଣବୀରଙ୍କର ବଡ ଭଉଣୀ ରିତିକା ଭବନାନୀ ସିଂ ହେଉଛନ୍ତି ଅଭିନେତ୍ରୀ ସୋନମ୍ କାପୁରଙ୍କ ମାଉସୀ ଝିଅ ଭଉଣୀ । ରଣବୀରଙ୍କ ମତରେ ତାଙ୍କ ନାଆରେ ଆଉ ସାଜ୍ଞା ଭବନାନୀ ବ୍ୟବହାର ନ କରି କେବଳ ରଣବୀର ସିଂ ନାମରେ ପରିଚିତ ହେବାକୁ ସେ ପସନ୍ଦ କରନ୍ତି ।
ପିଲାଟି ଦିନରୁ ତାଙ୍କର ଅଭିନୟ ତଥା ନାଚ ପ୍ରତି ଆକର୍ଷଣ ରହିଥିଲା । ମୁମ୍ବାଇର H.R. College of Commerce and Economicsରେ ଯୋଗ ଦେବାପରେ ସେ ଅନୁଭବ କଲେ କି ଅଭିନେତା ହେବା ଏତେ ସହଜ ନୁହେଁ । ଅଭିନେତା ହେବା ନିଶାରୁ ସେ ଦୁରେଇଯାଇ ଉଚ୍ଚତର ଶିକ୍ଷା ପାଇଁ ସେ ଯୁକ୍ତରାଷ୍ଟ୍ର ଆମେରିକା ଯାଇ ଇଣ୍ଡିଆନା ୟୁନିଭରସିଟିରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କଲେ । ତେବେ ୟୁନିଭର୍ସିଟିରେ ସେ ଅଭିନୟ ଶିକ୍ଷାରେ ରୁଚି ରଖିବା ସହ ଥିଏଟର ପାଠ୍ୟକ୍ରମକୁ ଗୌଣ ବିଷୟ ରୁପେ ବାଛିଥିଲେ । ୨୦୦୭ରେ ମୁମ୍ବାଇ ଫେରି କିଛି ଦିନ ବିଜ୍ଞାପନ ଦୁନିଆରେ କପି ଲେଖକ ଭାବେ ଏବଂ କିଛି ଦିନ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କଲେ । ତେବେ ଅଭିନୟ ପ୍ରତି ତାଙ୍କର ନିଶା ତାଙ୍କୁ ଅଭିନୟ ଜଗତକୁ ଟାଣିବାରେ ଲାଗିଲା ।
ବଲିଉଡରେ ବହୁତ ସୁପରଷ୍ଟାର ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡର ହିରୋ ରଣବୀର ସିଂ । ଏହି ଫଟୋରୁ ଯାହା ଜଣାପଡୁଛି ରଣବୀର ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ପୂର୍ବରୁ ଭଲ ନଖରାମି ଦେଖାଉଥିଲେ। ତାଙ୍କ ପାଇଁ ସବୁ ଅଡ୍ ବା ଅଜବ ଲୁକ୍ ବି ଗୋଟେ ଗୋଟେ ଷ୍ଟାଇଲ । ଦେଖନ୍ତୁ ରଣବୀରଙ୍କ ଏହି ଅଜବ ଚାହାଣି ସବୁକୁ ।
ରଣବୀର ସବୁବେଳେ କିଛି ନୂଅା ଷ୍ଟାଇଲ ଦେଖାଇବାରେ ମାହିର। ଏମିତି କି ବିଭିନ୍ନ ବିଜ୍ଞାପନ କଲାବେଳେ ମଧ୍ୟ ରଙ୍ଗ ବେରଙ୍ଗ କପଡ଼ା ପିନ୍ଧିବା ଓ ଡିଫରେଣ୍ଟ ଲୁକ୍ ଦେଇ ଚର୍ଚ୍ଚାରେ ରୁହନ୍ତି ।
ରଣବୀର ତାଙ୍କ ଅଫିସିଆଲ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଫଟୋକୁ ଅପ୍ଲୋଡ୍ କରିଛନ୍ତି । ରଣବୀରଙ୍କ ଏହି ଫଟୋକୁ ୩ ଲକ୍ଷରୁ ଅଧିକ ଲାଇକ ମିଳିସାରିଛି।