ପୁରୁଣା କଥା କହି କି କିଛି ଲାଭ ନାହିଁ ମାତ୍ର କଥା ଯଦି ଫିଲ୍ମ ବିଷୟରେ ଥାଏ, ତାହାଲେ ଲୋକମାନଙ୍କୁ ସମୟ ଅତିକ୍ରମ କଲା ପରେ ବି ସେପ୍ରତି ଆକର୍ଷଣ ଥାଏ। ଏମିତି ହିଁ ଗୋଟେ କଥା ଆଜି କାଲି ଶୁଣିବାକୁ ମିଳୁଛି। ଏହି ଖବର ଚାରିଆଡ଼େ ଭାଇରଲ ହଉଚି ବାହୁବଳୀ ୨ ର ହିରୋ ପ୍ରଭାସ ବିଷୟରେ।
ଖବର ଅନୁସାରେ ବାହୁବଳୀ ର ପ୍ରଥମ୍ ଭାଗ ହେଲା ପରେ ପ୍ରଭାସ ପୁରା ବିଶ୍ୱ ରେ ପ୍ରସିଦ୍ଧ ହେଇ ଯାଇଥିଲେ। ସେ ସମୟରେ ସଞ୍ଜୟ ଲୀଲା ଭାଁଶାଳୀ ବି ସେ ଫିଲ୍ମ ଦେଖିଥିଲେ ଆଉ ତାଙ୍କୁ ବି ପ୍ରଭାସ ବହୁତ ପସନ୍ଦ ଆସିଲେ। ସଞ୍ଜୟ ସେ ସମୟରେ ତାଙ୍କ ଫିଲ୍ମ ପଦ୍ମାବତୀ ର କାଶଟିଙ୍ଗ ଆରମ୍ଭ କରି ସାରିଥିଲେ।
ସେ ପ୍ରଭାସ ଙ୍କ କାମରେ ଏତେ ପ୍ରଭାବିତ ଥିଲେ ଯେ, ତାଙ୍କୁ ପଦ୍ମାବତୀ ଫିଲ୍ମ ରେ ମହାରାବଲ ରତନ ସିଂ ଙ୍କ ରୋଲ କରିବା ପାଇଁ ଅଫର କରିଥିଲେ। ପ୍ରଭାସ ସେ ସମୟରେ ବାହୁବଳୀ ର ଦୂତୀୟ ଭାଗ ପାଇଁ ସୁଟିଙ୍ଗ କରୁଥିଲେ ଆଉ ନିଜ ଜୀଵନ ରେ ବହୁତ ବ୍ୟସ୍ତ ଥିଲେ। ତାପରେ ବି ସେ ତାଙ୍କ ରୋଲ ଶୁଣିଲେ ମାତ୍ର ତାଙ୍କୁ ଏହି ରୋଲ ପସନ୍ଦ ଆସିଲା ନାହିଁ।
ମିଡିଆ ରିପୋର୍ଟ ଅନୁସାରେ ପ୍ରଭାସ କୁ ଲାଗିଲା କି, ରତନ ସିଂ ଙ୍କ ରୋଲ ଦୀପିକା ଆଉ ରଣବୀର ଙ୍କ ରୋଲ ତୁଳନା ରେ ବହୁତ ଛୋଟ। ଏହି କାରଣ ଯୋଗୁଁ ସେ ଏହି ଫିଲ୍ମ କରିବା ପାଇଁ ମନା କରିଦେଲେ। ପରେ ଏହି ରୋଲ ସାହିଦ କପୂର ଙ୍କୁ ଦିଆ ଯାଇଥିଲା। ଏହି ଫିଲ୍ମ ରେ ସାହିଦ ଙ୍କ ରୋଲ ଛୋଟ ଥିଲା ମାତ୍ର ଏହି ରୋଲ ପାଇଁ ସାହିଦ ଙ୍କ ପ୍ରଶଂସା ବି ଶୁଣିବାକୁ ମିଳେ।