ଅଧିକାଂଶ ଲୋକେ ଘଡି ପିନ୍ଧନ୍ତି ଆଉ ସମସ୍ତେ ଜାଣିଛନ୍ତି କି ଘଡି ର କଣ୍ଟା କେଉଁ ଦିଗରେ ଗତି କରେ। ଆମ ଦୁନିଆ ରେ ସବୁ ଘଡି ବାମ ରୁ ଡାହାଣ କୁ ଗତି କରି ସମୟ ଦେଖାଇ ଥାଏ। ମାତ୍ର ଛତିଶଗଡ ରାଜ୍ୟ ରେ ଥିବା କୋରବା ର ପାଖରେ ଆଦିବାସି ଶକ୍ତିପୀଠ ସହ ସମ୍ପର୍କ ରେ ଥିବା ଗୋଟେ ସ୍ଥାନ ରେ ଥିବା ଗୋଣ୍ଡ ଆଦିବାସୀ ପରିବାର ଙ୍କ ଘଡି ଓଲଟା ମାନେ ଡାହାଣ ରୁ ବାମ କୁ ଚାଲେ। ଏହା ଆଜିର କଥା ନୁହେଁ , ଏଠି ଘଡି ର ପ୍ରଚଳନ ଆରମ୍ଭ ହେବା ପରଠୁ ସେମାନେ ଓଲଟା ଦିଗ ରେ ଚାଲିବା ଘଡି କୁ ବ୍ୟବହାର କରୁଛନ୍ତି।
ଗୋଣ୍ଡ ସମୁଦାୟ ର ଆଦିବାସୀ ମାନଙ୍କ କହିବା ହେଲା, ତାଙ୍କ ଘଡି ସ୍ବଭାବିକ ଅଟେ ଯିଏ ପ୍ରକୃତି ର ନିୟମ ଅନୁସାରେ ଚାଲେ। ସେମାନେ ନିଜ ଘଡି କୁ ଗୋଣ୍ଡବନା ଟାଇମ ର ନାମ ଦେଇଛନ୍ତି। ଏହାକୁ ନେଇ ସେମାନେ ତାଙ୍କ ମତ ଦେଉଛନ୍ତି । ସେମାନଙ୍କ କହିବା ହେଲା, ଆମ ପୃଥିବି ଡାହାଣ ରୁ ବାମ କୁ ବୁଲୁଛି। ସୂର୍ଯ୍ୟ, ଚନ୍ଦ୍ର ଆଉ ତାରା ବି ଏହି ଦିଗ ରେ ଅନ୍ତରୀକ୍ଷ ରେ ଭ୍ରମଣ କରନ୍ତି। ଏହା ସହିତ ନଦୀ ଆଉ ବନ୍ଧ ରେ ହଉଥିବା ପାଣି ଚକ୍ର ଏବଂ ପାଣି ଭଅଁର ବି ଏହି ଦିଗ ରେ ଗତି କରେ। ବାହାଘର ର ୭ ଫେରା ବି ଡାହାଣ ରୁ ବାମ କୁ ନିଆ ଯାଇଥାଏ। ଏଥିପାଇଁ ଏହି ସମୁଦାୟ ମାନୁଚି ଦୁନିଆ ର ସବୁ ଘଡି ଓଲଟା ପ୍ରକୃତି ର ବିରୁଦ୍ଧ ରେ ଚାଲୁଚି। ମାତ୍ର ସେମାନେ ସଠିକ ଦିଗ ର ପାଳନ କରୁଛନ୍ତି।
ପ୍ରକୃତି ର ପୂଜା କରୁଥିବା ରହି ଆଦିବାସୀମାନେ କୁହନ୍ତି ପ୍ରକୃତି ଯେଉଁ ଦିଗ ରେ ଗତି କରେ ତାର ବିପରୀତ ରେ ସେ ଆଚରଣ କରି ପାରିବେ ନାହିଁ।