ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଆଜିକାଲି ଘରେ ପରିବାର ସହ ସମୟ ବିତାଉଛନ୍ତି। ଏହି ସମୟରେ, ସେ ନିଜକୁ ଫିଟ୍ ରଖିବା ପାଇଁ ଘରେ ବ୍ୟାୟାମ କରୁଛନ୍ତି । ଏବେ ସାରାଙ୍କର ଏକ ନୂଆ ଫଟୋ ଦେଖାଦେଇଛି, ଯେଉଁଥିରେ ସେ ଯୋଗ କରୁଛନ୍ତି। ତାଙ୍କ ଭାଇ ଇବ୍ରାହିମ ଅଲି ଖାନ ମଧ୍ୟ ତାଙ୍କ ସହ ଯୋଗ କରୁଛନ୍ତି।
ସାରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫୋଟ ସେୟାର କରିଛନ୍ତି।
ଆପଣ ଜାଣିଥିବେ ଯେ ସାରା ତାଙ୍କ ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଅଧିକ ମୋଟା ଥିଲେ । ଏବଂ ପରେ ସେ ଫିଲ୍ମ ପାଇଁ ନିଜର ଓଜନ କମାଇଥିଲେ, ସେ କିପରି ଓଜନ ହ୍ରାସ କରିଥିଲେ ନିକଟରେ ସେ ଏକ ଭିଡିଓ ସେୟାର କରି କହିଥିଲେ।