ଦୁନିଆର ସବୁଠାରୁ ଲୋକପ୍ରିୟ ଟି -୨୦ କ୍ରିକେଟ୍ ଲିଗ ଆଇପିଏଲ୍ ୨୦୨୦ ର ଏହି ଶୀଜନ ୨୯ ମାର୍ଚ୍ଚ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମ୍ରେ ଉଦଘାଟନୀ ମ୍ୟାଚ୍ ଖେଳାଯିବାର ଥିଲା କରୋନାଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ୧୫ ଏପ୍ରିଲକୁ ଘୁଞ୍ଚାଇ ଦିଆଯାଇଛି ବୋଲି ପରିଚାଳନା ପରିଷଦ ସ୍ପଷ୍ଟ କରିଦେଇଛି ।
ଏଭଲିକି , ଆଇପିଏଲ ୨୦୨୦ ପାଇଁ ଅପେକ୍ଷା କରିଥିବା କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା ଏକ ଖରାପ ଖବର ହୋଇପାରେ,କାରଣ ନିକଟରେ କରୋନା କୁ WHO ମହାମାରୀ ଘୋଷଣା କରିଥିଲା । ଏହା ସମଗ୍ର ବିଶ୍ୱରେ କ୍ରୀଡା ଉପରେ ପ୍ରଭାବ ପକାଇଛି। ଅନେକ ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇଛି, ତେଣୁ ଅନେକ ମ୍ୟାଚ୍ ଦର୍ଶକଙ୍କ ବିନା ମଧ୍ୟ ଖେଳାଯିବାର ନିଷ୍ପତି ମଧ୍ୟ ନିଆଯାଇଛି ।
ଏଭଲିକି ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଖାଲି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଖେଳିବ ବୋଲି ସୂଚନା ମଧ୍ୟ ମିଳିଛି ଏବଂ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଖେଳ ଦେଖିବା ପାଇଁ ଅଧିକ ରୁ ଅଧିକା ଲୋକ ଷ୍ଟାଡିୟମ ରେ ଏକତ୍ରିତ ହେବା ଫଳରେ ଏହା ବ୍ୟାପିବାର ଆଶଙ୍କା ଅଧିକ ହୋଇଥାଏ, ତେଣୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ।