ବଲିଉଡ ଅଭିନେତ୍ରୀ ନେହା ଧୂପିଆ ଙ୍କ ଏଭଳି ଏକ ମନ୍ତବ୍ୟକୁ ଟ୍ରୋଲ୍ କରୁଛନ୍ତି ସୋସିଆଲ ମିଡ଼ିଆ ୟୁଜର୍ସ

ବଲିଉଡ ଅଭିନେତ୍ରୀ ନେହା ଧୂପିଆ ବର୍ତମାନ ଏଭଳି ଏକ ମନ୍ତବ୍ୟ ଦେଇ ଚର୍ଚାର ବିଷୟ ପାଲଟିଛନ୍ତି, ରୋଡିଜର ରିଭଲ୍ୟୁସନ ଏକ ରିୟାଲିଟି ସୋ’ରେ ଏଭଳି ମନ୍ତବ୍ୟ ଦେବାର ଦେଖିବାକୁ ମିଳିଛି, ଏହି ରିୟାଲିଟି ସୋ’ରେ ସେ ବିଚାରକ ବା ଜଡ଼ଜ ଭୂମିକାରେ ଆସି ଏଭଳି କହିଥିଲେ ଯାହା ଦର୍ଶକଙ୍କୁ ପସନ୍ଦ ଆସିନଥିଲା, ତେବେ ଆସନ୍ତୁ ଜାଣିବା ସେ କଣ କହିଥିଲେ,

ସେ ଏହି ସୋ’ରେ କହିଥିଲେ ଯେ ଯଦି ଜଣେ ଯୁବତୀ ଚାହିଲେ ସେ ୫ଜଣ ପ୍ରେମିକ ସହ ଡେଟ ରେ ଯାଇପାରିବ ଏହା ତାଙ୍କ ଉପରେ ନିର୍ଭର କରେ କିନ୍ତୁ ଏଭଳି ଚାପୁଡ଼ା ମାରିବାକୁ ଅଧିକାର ନାହିଁ ବୋଲି ରାଗିକି କହିଥିଲେ ଅଭିନେତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସେ ପ୍ରତାରଣା କରିଛନ୍ତି ତେବେ ଏହା ପଛରେ ତମର ହିଁ କିଛି କିଛି ଭୁଲ ଥିବ ଏବଂ ନିଜ ବୟାନ ପାଇଁ ଏବେ ବିବାଦରେ ଅଭିନେତ୍ରୀ ନେହା ଧୁପିଆ ଏବଂ ତାକୁ ନେଇ ଏବେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *