ଅନ୍ତର୍ଜାତୀୟ ସ୍ତରରେ ବା ଭାରତୀୟ କ୍ରିକେଟ ତରଫରୁ ଖେଳିବା ପାଇଁ ଅଧିକ ସୁଯୋଗ ପାଇ ନଥିବା ୨୮ ବର୍ଷୀୟ ଜୟଦେବ ଉନାଡକଟ ଗୋଟିଏ ମ୍ୟାଚ୍ରେ ମୋଟ୍ ୧୦ ଉଇକେଟ୍ ନେଇ ୨୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ନିଜ ନାମରେ କରିଛନ୍ତି ।
ପୂର୍ବରୁ ପ୍ରଥମ ଇନିଂସରେ ୮୬ ରନ୍ ଦେଇ ୩ ଉଇକେଟ୍ ନେଇଥିବା ଜୟଦେବ ଉନାଡକଟ ଗୁଜରାଟର ୨ୟ ଇନିଂସରେ ୭୧ ରନ ବିନିମୟରେ ୭ ଉଇକେଟ୍ ନେବା ସହ ମ୍ୟାଚ୍ରେ ମୋଟ୍ ୧୦ ଉଇକେଟ୍ ନେଇଛନ୍ତି ।
ଏଥିସହ ଗୋଟିଏ ରଣ୍ଜୀ ସିଜନରେ ଦ୍ରୁତ ବୋଲର ଭାବେ ସର୍ବାଧିକ ଉଇକେଟ୍ ହାସଲ କରିବାର ରେକର୍ଡ ଉନାଡକଟଙ୍କ ନାମରେ ସ୍ଥାପିତ ହୋଇଛି । ସେମିଫାଇନାଲ ମ୍ୟାଚ୍ ଶେଷ ସୁଦ୍ଧା ୬୫ ଉଇକେଟ୍ ନେଇଛନ୍ତି । ପୂର୍ବରୁ ୧୯୯୮-୯୯ ସିଜନରେ କର୍ନାଟକ ର ବୋଲର ଡୋଡ୍ଡା ଗଣେଶ ୬୩ ଉଇକେଟ୍ ନେଇ ଏହି ରେକର୍ଡ କରିଥିଲେ ।