ଆପଣମାନେ ୫୦ ଟଙ୍କା ଅଥବା ୧୦୦ ଟଙ୍କା ରେ ହୋଟେଲ ରେ ପେଟଭରି ଖାଇବା ମିଳୁଥିବା ଶୁଣିଥିବେ , ମାତ୍ର ଆପଣ ହୋଟେଲ ରେ ପେଟଭରି ଖାଇବେ ଆଉ ପଇସା ବି ଦେବାକୁ ପଡିବନି, କେତେ ଭଲ ହବ ନା??
କେରଳ ର ଅଳପୁଝା ଜିଲ୍ଲା ରେ ଏମିତି ହିଁ ଗୋଟେ ହୋଟେଲ ଖୋଲା ଯାଇଛି। ଏହି ହୋଟେଲ ରେ ଆପଣ ନିଜ ଇଛା ଅନୁସାରେ ଯେତେ ବି ଖାଆନ୍ତୁ, ମାତ୍ର ପଇସା ନଦେଲେ ବି ଚଳିବ।
ଇଂଡିଏନ ଏକ୍ସପ୍ରେସ ଅନୁସାରେ ଏହି ହୋଟେଲ ନାମ “ଜନକୀୟ ଭଖ୍ୟଶାଳା” ଆଉ ଏହାର Motive ହଉଛି “Eat as much as you can” ମାନେ ଯେତେ ଇଚ୍ଛା ସେତେ ଖାଅ। ଖାସ କଥା ହେଲା ମନ ଖୋଲି ଖାଇଲା ପରେ ନିଜ ଇଛା ରେ ପଇସା ଦିଅନ୍ତୁ, ଆଉ ଟଙ୍କା ଟିଏ ବି ନଦେଲେ ଚାଲିବ।
ହୋଟେଲ ର ମାଲିକ କହୁଛନ୍ତି, ସେ ଭୋକ ମୁକ୍ତ ଦେଶ ତିଆରି କରିବା ଉଦେଶ୍ୟ ରଖିଛନ୍ତି। ଏହି ହୋଟେଲ ଅସଲି ରେ କେରଳ ରାଜ୍ୟ ଫାଇନେନସିଆଲ ଏଣ୍ଟରପ୍ରାଇଜ଼ଏସ ର ଫଣ୍ଡ ରୁ ସଂଚାଳିତ ହଉଛି।
ମାର୍ଚ୍ଚ ମାସରୁ ଏହି ହୋଟେଲ ସାଧାରଣ ଜନତାଙ୍କ ପାଇଁ ଖୋଲିଗଲା। ଅଲପୁଝା – ଚେର୍ଥାଲା National highway ପାଖରେ ଏହି ହୋଟେଲ ଖୋଲା ଯାଇଛି। ହୋଟେଲ ରେ ଗୋଟେ ଆଧୁନିକ ଷ୍ଟିମ କିଚେନ ଅଛି, ଯେଉଁଥିରେ ୨୦୦୦ ଲୋକଙ୍କ ଖାଇବା ଗୋଟେ ଥରକେ ତିଆରି କରିହବ। ଦୁଇ ଫ୍ଲୋର ର ଏହି ହୋଟେଲ ରେ ଗୋଟେ ବେଷ୍ଟ ମେନେଜମେଣ୍ଟ ପ୍ଲାଣ୍ଟ ବି ଅଛି।