କଣ ଆପଣ ଏହି ବ୍ରିଜ ରେ ଚାଲିବାର କଳ୍ପନା କରିପାରିବେ?

ଆମ ଦୁନିଆ ରେ ସମସ୍ତଙ୍କୁ କିଛି ନା କିଛି କାରଣ ଯୋଗୁଁ ଡର ଲାଗିଥାଏ। କିଏ କେତେ ବାହାଦୂର ହେଇଥିଲେ ବି କିଛି ଜିନିଷ ପ୍ରତି ଡର ମନରେ ଥାଏ ନିଶ୍ଚିତ। ଏହି ସବୁ ଡର ଭିତରୁ ଗୋଟେ ହଉଛି ଅଧିକ ଉଚତା। ବହୁତ ଲୋକ ଉଚତା କୁ ଡରି ପାହାଡ଼ ଉପରକୁ ବି ଚଢନ୍ତି ନାହିଁ। ମାତ୍ର କିଛି ଲୋକ ଅଧିକ ଉଚତା କୁ ପସନ୍ଦ କରନ୍ତି।

ଚୀନ ରେ ଗୋଟେ କାଚ ର ବ୍ରିଜ ତିଆରି ହେଇଛି, ଯାହାକୁ ଦୁନିଆ ର ସବୁଠୁ ବଡ଼ ଲମ୍ବା ବ୍ରିଜ କୁହାଯାଉଛି। ଏହି ବ୍ରିଜ ୨୧୮ ମିଟର ଉଚ ରେ ତିଆରି ହେଇଛି। ସେଥିପାଇଁ ଏତେ ଉଚ କୁ ଚଢିବା ଆଉ ଏହି ବ୍ରିଜ କୁ ପାର କରିବା ଏତେ ସହଜ ନୁହଁ ସମସ୍ତଙ୍କ ପାଇଁ। ଅଧିକ ଡ଼ରୁଥିବା ଲୋକ ପାଇଁ ଏହି ବ୍ରିଜ କୁ ପାର କରିବା ସମ୍ଭବ ନୁହେଁ।

ଟେକ୍ନୋଲୋଜି ଆଉ କଠିନ ପରିଶ୍ରମ ପାଇଁ ଚୀନ ର ନାମ ଦୁନିଆ ରେ ପ୍ରସିଦ୍ଧ। ନିଜର ନୂଆ ନୂଆ ଆବିଷ୍କାର ଯୋଗୁଁ ଚୀନ ଚର୍ଚା ରେ ଅଛି। ଏହି ବ୍ରିଜ ର ନିର୍ମାଣ ଯୋଗୁଁ ଚୀନ ଆଉଥରେ ଚର୍ଚା ରେ ଆସିଛି।

ଏହି ବ୍ରିଜ କୁ ଜଲ୍ଦି ଲୋକମାନଙ୍କ ପାଇଁ ଖୋଲା ଯିବ। ଏହା ଚୀନ ର ସିଜିୟଜୁଆଙ୍ଗ ରେ ଅବସ୍ଥିତ। ହାଙ୍ଗିଗୁଇ ସିନିକ ଏରିଆ ରେ ଦୁଇଟି ଚଟାଣ ମଧ୍ୟରେ ୪୮୮ ମିଟର ଭିତରେ ଏହି ବ୍ରିଜ ତିଆରି ହେଇଛି। ଏହା ୨୧୮ ମିଟର ମାନେ ୬୬ ଫ୍ଲୋର ଯେତିକି ଉଚ୍ଚ ରେ ଅବସ୍ଥିତ।

କଣ ଆପଣ ଏହି ବ୍ରିଜ ରେ ଚାଲିବାର କଳ୍ପନା କରିପାରିବେ? ଭାବନ୍ତୁ ଏତେ ଉଚ୍ଚ ରୁ ତଳକୁ ଦେଖିଲେ କେମିତି ଅନୁଭୂତି ହବ, ଏହା ଭାବିକି ହିଁ କିଛି ଲୋକଙ୍କୁ ଡର ଲାଗିପାରେ। ଏହି ବ୍ରିଜ କୁ ୨୦୦୦ ଲୋକ ମିଶି ଡିଜାଇନ କଲେ। ମାତ୍ର ଏକା ଥରକେ ୫୦୦ ଲୋକ ହି ଏହି ବ୍ରିଜ ଉପରେ ଚଡ଼ି ଯାଇପାରିବେ।

ଏହି ବ୍ରିଜ ର ଫୋଟୋ ଆଉ ଭିଡ଼ିଓ ସୋସିଆଲ ମେଡିଆ ରେ ଭାଇରଲ ହଉଛି। ଏହି ସବୁ ଫୋଟୋ ଆଉ ଭିଡ଼ିଓ ଦେଖି ଲୋକେ କହୁଛନ୍ତି, କେତେ ବଡ ସାହସୀ ଲୋକ ବି ଏହି ବ୍ରିଜ କୁ ପର କରିବା ପାଇଁ ଡରିବ।

Leave a Reply