ଗାଙ୍ଗୁଲି ଇତି ମଧ୍ୟରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବୋର୍ଡ ସହିତ ଆଲୋଚନା କରି ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ଆୟୋଜନ ପ୍ରସ୍ତାବ ରଖିଥିବା ସୂଚନା ଦେଇଛନ୍ତି। ଗାଙ୍ଗୁଲି କିନ୍ତୁ ଦୃଢ଼ତାର ସହ କହିଛନ୍ତି ‘ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ନେଇ ୨୦୨୧ ମସିହାରୁ ସୁପର୍ ସିରିଜ୍ ଖେଳାଯିବ। ପ୍ରଥମ ସଂସ୍କରଣ ଭାରତରେ ଖେଳାଯିବ’। ଇଂଲଣ୍ଡରୁ ଫେରିବା ପରେ କୋଲ୍କାତାରେ ଏକ ଖବରକାଗଜ ଉତ୍ସବରେ ଯୋଗଦେବା ଅବସରରେ ଗାଙ୍ଗୁଲି ଏହି ସୂଚନା ଦେଇଛନ୍ତି।
ଭାରତରେ ଅକ୍ଟୋବର-ନଭେମ୍ବରରେ ରହୁଥିବା ଗବାକ୍ଷରେ ଏହି ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାର ଯୋଜନା କରାଯାଉଛି। ସେହିଭଳି ଇଂଲଣ୍ଡରେ ହେଲେ ସେପ୍ଟେମ୍ବର ଏବଂ ଅଷ୍ଟ୍ରେଲିଆ ପାଇଁ ଅକ୍ଟୋବର/ନଭେମ୍ବର କିମ୍ବା ଫେବ୍ରୁଆରି-ମାର୍ଚ ଏହି ପ୍ରତିଯୋଗିତା ଲାଗି ଫାଙ୍କା ସମୟ ରହିଛି।
ଗାଙ୍ଗୁଲିଙ୍କ ଯୋଜନା ୨୦୨୧ ମସିହାଠାରୁ ଆରମ୍ଭ ହେବାକୁ ପ୍ରସ୍ତାବିତ ରହିଛି। କିନ୍ତୁ ୨୦୨୩ ମସିହା ପରଠାରୁ ଆଇସିସି କ୍ୟାଲେଣ୍ଡରରେ ଅତିରିକ୍ତ ଏକ ୫୦ ଓଭରିଆ ପ୍ରତିେଯାଗିତା ସାମିଲ କରିବା କେତେ ସମ୍ଭବ ହେବ ତାହା ଭବିଷ୍ୟତ ନିର୍ଧାରଣ କରିବ।