୨୨ ବର୍ଷର ଏହି ପୁରୁଣା ରେକର୍ଡ ଭାଙ୍ଗିବା ପରେ ରୋହିତ ଶର୍ମା ଙ୍କୁ ଏ କଣ କହିଦେଲେ ଜୟ ସୂରିୟା, ଆପଣ ମଧ୍ୟ ଜାଣନ୍ତୁ

ଭାରତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ସିରିଜ ର ଶେଷ ଓ ନିର୍ଣ୍ଣାୟକ ମ୍ୟାଚ କୁ ଜିତି ସିରିଜ ଉପରେ କବ୍ଜା କରିନେଇଥିଲା । ରୋହିତ ଶର୍ମା ମ୍ୟାନ ଅଫ ଦ ସିରିଜ ହେଲେ । ସେ ବିଶାଖାପଟନମ ରେ ଖେଳାଯାଇଥିବା ମ୍ୟାଚ ରେ 159 ରନ କରିଥିଲେ । ଏହାଛଡା ଏହି ମ୍ୟାଚ ରେ ସେ 22 ବର୍ଷ ର ପୁରୁଣା ସନଥ ଜୟସୂର୍ଯ୍ୟା ଙ୍କ ରେକର୍ଡ କୁ ମଧ୍ୟ ଭାଙ୍ଗିଦେଲେ । ଏବେ ସେ ଗୋଟେ ବର୍ଷ ରେ ସବୁଠୁ ଅଧିକ ରନ କରିଥିବା ଓପନିଂ ବ୍ୟାଟ୍ସମେନ ହୋଇଗଲେ ।

ଭାରତୀୟ ଓପନର ରୋହିତ ଶର୍ମା ୱେଷ୍ଟଇଣ୍ଡିଜ ବିରୁଦ୍ଧ ରେ ରବିବାର ଦିନ କଟକ ରେ ଖେଳାଯାଇଥିବା ODI ରେ ଓପନର ହିସାବ ରେ ନୂଆ ରେକର୍ଡ କଲେ । ନିଜ ପାଳିରେ 9 ରନ କରି ରୋହିତ ଗୋଟେ କ୍ୟାଲେଣ୍ଡର ବର୍ଷ ରେ ସବୁଠୁ ଅଧିକ ରନ କରିଥିବା ଓପନର ହୋଇଗଲେ । ରୋହିତ ଏହି କ୍ଷେତ୍ରରେ ଶ୍ରୀଲଙ୍କା ର ପୂର୍ବ ଅଧିନାୟକ ସନଥ ଜୟ ସୂରିୟା ଙ୍କର 22 ବର୍ଷ ର ପୁରୁଣା ରେକର୍ଡ କୁ ଭାଙ୍ଗିଦେଲେ । ଜୟ ସୂରିୟା 1997ରେ ଓପନର ହିସାବ ରେ 2387 ରନ କରିଥିଲେ । ରୋହିତ ଏହି ପାଳି ରେ କ୍ୟାରିୟର ର 43ତମ ଅର୍ଦ୍ଧଶତକ ମଧ୍ୟ ମାରିଥିଲେ ।

22 ବର୍ଷ ପରେ ନିଜର ପୁରୁଣା ରେକର୍ଡ ଭାଙ୍ଗିବା ପରେ ଶ୍ରୀଲଙ୍କା ର ପୂର୍ବ ଦୃତ ବ୍ୟାଟ୍ସମେନ ଜୟସୂରିୟା କହିଲେ କି, ଏହି ରେକର୍ଡ ଗୁରୁତ୍ୱ ରଖୁଛି । ସେ କହିଲେ କି ରୋହିତ ଙ୍କ ଭିତରେ ଏହି ଦକ୍ଷତା ଥିଲା ଓ ସେ ଏମିତି କରିକି ମଧ୍ୟ ଦେଖେଇଲେ । ଯେବେ ଆପଣଙ୍କ ରେକର୍ଡ କିଏ ଭାଙ୍ଗୁଛି ତେବେ ଆପଣଙ୍କୁ ଭଲ ଲାଗୁଛି କି କ୍ରିକେଟ ରେ ଭଲ ଖେଳାଳି ଉପସ୍ଥିତ ଅଛନ୍ତି । ସେ କହିଲେ କି ବର୍ତମାନ ସମୟ ରେ ରୋହିତ ଶର୍ମା ସବୁଠୁ ଭଲ ଓପନର ବ୍ୟାଟ୍ସମେନ ଅଟନ୍ତି ।

ରୋହିତ ଶର୍ମା ଏହି ବର୍ଷ ଜବରଦସ୍ତ ଫର୍ମ ରେ ଅଛନ୍ତି । ସେ କେବଳ ଇଂଲଣ୍ଡ ରେ ଆୟୋଜିତ ହୋଇଥିବା ICC ୱାର୍ଲଡ କପ ରେ 5ଟି ଶତକ ମାରିଥିଲେ, ବରଂ ଟେଷ୍ଟ କ୍ରିକେଟ ରେ ମଧ୍ୟ ସେ ଡବଲ ଶତକ ମାରିଥିଲେ ।

Leave a Reply