ଭାରତୀୟ ଓପନର ବ୍ୟାଟ୍ସମେନ ଓ ହିଟମ୍ୟାନ ନାମ ରେ ମଶହୂର ଥିବା ରୋହିତ ଶର୍ମା ଙ୍କ ବ୍ୟାଟ ୱେଷ୍ଟଇଣ୍ଡିଜ ବିରୁଦ୍ଧ ODI ସିରିଜ ର ଦ୍ୱିତୀୟ ମ୍ୟାଚ ରେ 138 ବଲରେ 17ଟି ଚୌକା ଓ 5ଟି ଛକ୍କା ସାହାଯ୍ୟ ରେ 159 ରନ ର ପାଳି ଖେଳିଥିଲେ । ବିଶାଖାପଟନମ ODI ମ୍ୟାଚ ରେ ରୋହିତ ଖାଲି ନିଜ ODI କ୍ୟାରିୟର ର 28ତମ ଶତକ ମାରିଛନ୍ତି ଓ ଏକା ସହିତ 10ଟି ବିଶ୍ୱ କୀର୍ତ୍ତିମାନ ବନେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟ ରେ
ନିଜ ODI କ୍ୟାରିୟର ରେ ରୋହିତ 220ଟି ମ୍ୟାଚ ଖେଳି ବର୍ତମାନ ପର୍ଯ୍ୟନ୍ତ 28ଟି ଶତକ ମାରିଛନ୍ତି । ODI କ୍ରିକେଟ ରେ ସର୍ବାଧିକ ଶତକ କ୍ଷେତ୍ର ରେ ରୋହିତ ସାଉଥ ଆଫ୍ରିକା ର ହାଶିମ ଅମଲା (27) ଙ୍କୁ ପଛ ରେ ଛାଡି ସନଥ ଜୟସୂର୍ୟା (28) ଙ୍କ ସହ ସମାନ ହୋଇଗଲେ ।
ରୋହିତ ଙ୍କ ନାମ ରେ ଏହି ବର୍ଷ ସବୁଠୁ ଅଧିକ ରନ ODI ଅନ୍ତରାଷ୍ଟ୍ରୀୟ ରେ ବନେଇବାର ରେକର୍ଡ ଦର୍ଜ ହୋଇଯାଇଛି । ରୋହିତ (1427) ଙ୍କ ପରେ ବିରାଟ କୋହଲି ଓ ଶାଈ ହୋପ ଙ୍କ ନାମ ଏହି ଲିଷ୍ଟ ରେ କ୍ରମଶଃ ଦ୍ୱିତୀୟ ଓ ତୃତୀୟ ସ୍ଥାନ ରେ ଅଛି ।
ODI ରେ 2019ରେ ସବୁଠୁ ବଡ଼ ବ୍ୟକ୍ତିଗତ ସ୍କୋର ବନେଇଥିବା ଭାରତୀୟ ବ୍ୟାଟ୍ସମେନ ହେଲେ ରୋହିତ, ସେ ଶିଖର ଧୱନ (143 ରନ) ର ରେକର୍ଡ କୁ ପଛ ରେ ଛାଡିଦେଲେ । ଗୋଟେ କ୍ୟାଲେଣ୍ଡର ବର୍ଷ ରେ ସବୁଠୁ ଅଧିକ ରନ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ବନେଇଥିବା ଭାରତୀୟ ଓପନର ହେଲେ ରୋହିତ,ସେ ସେହବାଗ କୁ ପଛ ରେ ଛାଡି ଏହି ଉପଲବ୍ଧି ହାସଲ କରିଛନ୍ତି।
- 2357 Rohit Sharma, 2019*
- 2355 Virender Sehwag, 2008
- 1887 Shikhar Dhawan, 2018
- 1868 Virender Sehwag, 2010
- 1840 Sachin Tendulkar, 1998
2019ରେ ରୋହିତ ବର୍ତମାନ ପର୍ଯ୍ୟନ୍ତ ସବୁଠୁ ଅଧିକ 10ଟି ଶତକ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ବନେଇସାରିଛନ୍ତି । ରୋହିତ ଙ୍କ ପରେ ଦ୍ୱିତୀୟ ସ୍ଥାନ ରେ ବିରାଟ କୋହଲି (7ଟି) ଅଛନ୍ତି । ରୋହିତ ଗୋଟେ କ୍ୟାଲେଣ୍ଡର ବର୍ଷରେ 10ଟି ଅନ୍ତରାଷ୍ଟ୍ରୀୟ ଶତକ ବନେଇଥିବା ଚତୁର୍ଥ ଭାରତୀୟ ହୋଇଗଲେ। ଓପନିଂ ବ୍ୟାଟ୍ସମେନ ଭାବେ ଗୋଟେ କ୍ୟାଲେଣ୍ଡର ବର୍ଷ ରେ ସବୁଠୁ ଅଧିକ 100 ବନେଇଥିବା ବ୍ୟାଟ୍ସମେନ ହେଲେ ରୋହିତ, ସେ ସଚିନ ତେନ୍ଦୁଲକର (9 ଶତକ) ଙ୍କୁ ପଛ ରେ ଛାଡିଦେଲେ ।
Rohit Sharma – 10 (2019) *, Sachin Tendulkar – 09 (1998),Graeme smith – 09 (2005), David warner – 09 (2016)
ଭାରତ ତରଫ ରୁ ଭାରତୀୟ ମାଟି ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ସର୍ବାଧିକ ଛକ୍କା ମାରିଥିବା ବ୍ୟାଟ୍ସମେନ ହେଲେ ରୋହିତ, ସେ 116 ପାଳି ରେ 187* ଛକ୍କା ମାରି ଏମଏସ ଧୋନୀ (186 ଛକ୍କା) ଙ୍କ ରେକର୍ଡ ଭାଙ୍ଗିଦେଲେ । ରୋହିତ ଗୋଟେ କ୍ୟାଲେଣ୍ଡର ବର୍ଷ ରେ ର୍ବାଧିକ ଛକ୍କା ମାରିବାରେ ନିଜର ହିଁ ବିଶ୍ୱ ରେକର୍ଡ (74 ଛକ୍କା) କୁ ଭାଙ୍ଗିଦେଲେ ।
- ରୋହିତ ଏମିତି ଜଣେ ପ୍ରଥମ ଭାରତୀୟ ବ୍ୟାଟ୍ସମେନ, ଯିଏ ଲଗାତାର ଗତ 7 ବର୍ଷ ରୁ ODI ରେ କ୍ୟାଲେଣ୍ଡର ରେ ସବୁଠୁ ବଡ଼ ସ୍କୋର ବନେଇବାର ରେକର୍ଡ ବନେଇଲେ ।
- 2013 – ରୋହିତ (209)
- 2014 – ରୋହିତ (264)
- 2015 – ରୋହିତ (150)
- 2016 – ରୋହିତ (171) 2017 – ରୋହିତ (208)
- 2018 – ରୋହିତ (162)
- 2019 – ରୋହିତ (159)