ଅଷ୍ଟ୍ରେଲିଆର ଏକମାତ୍ର ଖେଳାଳି ଭାବରେ ୱାର୍ନର ରଚିଲେ ଇତିହାସ କଲେ ଏହି ୪ ନୁଆଁ କୀର୍ତ୍ତିମାନ

ଏଡ଼ିଲେଡ ରେ ଅଷ୍ଟ୍ରେଲିଆ ଓ ପାକିସ୍ଥାନ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଡେ-ନାଇଟ ଟେଷ୍ଟ ର ଦ୍ୱିତୀୟ ଦିନ ଡେବିଡ ୱାର୍ନର ନିଜର ଭଲ ଖେଳ ଜାରି ରଖି ଶ୍ରେଷ୍ଠ ପଦର୍ଶନ କରିଥିଲେ । ୱାର୍ନର ଆଜି ନିଜ ଟେଷ୍ଟ କ୍ୟାରିୟର ର ଦ୍ୱିତୀୟ ଦ୍ବି-ଶତକ ମାରିଛନ୍ତି । ଡେବିଡ ୱାର୍ନର ନିଜର ଏହି ଦ୍ବି-ଶତକ ପାଇଁ 260ଟି ବଲର ସାମ୍ନା କରିଥିଲେ । ସେ ଏହି ପାଳିରେ ମୋଟ 24ଟି ଚୌକା ମାରିଛନ୍ତି । ଏବଂ ଶେଷରେ ୪୧୮ ବଲ ରୁ ୩୩୫ ରନ ( ୩୯ ଟି ଚୌକା ଓ ୧ ଛକ୍କା ) ସଂଗ୍ରହ କରିଥିଲେ ।

ଡେବିଡ ୱାର୍ନର ଏହି ଦ୍ବି-ଶତକ ମାରି କେତେ ବଡ଼ କୀର୍ତି ମାନ ସ୍ଥାପନ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ

ଡେବିଡ ୱାର୍ନର ରଚିଲେ ଇତିହାସ :-

  1. ଡେବିଡ ୱାର୍ନର ଟେଷ୍ଟ କ୍ରିକେଟ ରେ ନିଜର ଦ୍ୱିତୀୟ ଦ୍ବି-ଶତକ ମାରିଛନ୍ତି । ଏହି ପରି ସେ ଏହି ବର୍ଷ ଦ୍ବି-ଶତକ ମାରି ଅଷ୍ଟ୍ରେଲିଆ ର 2ୟ ଓ ବିଶ୍ୱ ର ନବମ କ୍ରିକେଟର ହେବାରେ ସୌଭାଗ୍ୟ ଅର୍ଜନ କରିଲେ ।
  2. ଡେବିଡ ୱାର୍ନର ଦ୍ବି-ଶତକ ମାରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ରେ ଦ୍ବି-ଶତକ ମାରିଥିବା ଦୁନିଆର ଷଷ୍ଠ ବ୍ୟାଟ୍ସମେନ ଭାବରେ କୀର୍ତ୍ତିମାନ ଅର୍ଜନ କଲେ।
  3. ଡେବିଡ ୱାର୍ନର ଏହି ଦ୍ବି-ଶତକ ବଳରେ ICC ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ରେ ସବୁଠୁ ଅଧିକ ରନ କରିଥିବା ବେନ ଷ୍ଟୋକ୍ସ ( 441 ରନ ) ଙ୍କୁ ପଛରେ ନୂଆଁ କୀର୍ତ୍ତିମାନ କଲେ ।
  4. ଡେବିଡ ୱାର୍ନର ଅଷ୍ଟ୍ରେଲିଆ ର ପ୍ରଥମ ବ୍ୟାଟ୍ସମେନ ହେଲେ, ଯିଏ କି ଡେ-ନାଇଟ ଟେଷ୍ଟ ରେ ଦ୍ବି-ଶତକ ମାରିବାରେ ନୂଆଁ କୀର୍ତ୍ତିମାନ କଲେ ।

Leave a Reply