ରାସ୍ତା କଡରେ ଥିବା ମାଇଲ୍ ଷ୍ଟୋନ୍ ହଳଦିଆ, ନୀଳ ଓ କଳା ରଙ୍ଗର କାହିଁକି ହୋଇଥାଏ, ଜାଣନ୍ତୁ ଏହାର ମାନେ କଣ

ଯେବେ ଆପଣ ଗୋଟେ ସହର ରୁ ଅନ୍ୟ ସହର କୁ ଯାଉଛନ୍ତି, ତେବେ ପ୍ରାୟ ଦେଖିଥିବେ କି ରାସ୍ତା କଡ ରେ ଏଭଳି ମାଇଲ୍ ଷ୍ଟୋନ୍ ଲାଗିଥିବାର । ସେହିମାଇଲ୍ ଷ୍ଟୋନ୍ ରେ ସହର ର ନାମ ଓ ତାର ଦୂରତା ଲେଖା ହୋଇଥାଏ । ଧ୍ୟାନ ଦେବାର କଥା ହେଉଛି କି ଏହି ପଥର ଅଲଗା-ଅଲଗା ରଙ୍ଗ ର କାହିଁକି ହୋଇଥାଏ ଆପଣ ନିଶ୍ଚୟ ଜାଣିନଥିବେ ଏହାର ମାନେ କଣ ତେବେ ଆସନ୍ତୁ ଜାଣିବା, ଯେମିତି କି ସମସ୍ତେ ଜାଣିଥିବେ ଭାରତ ରେ ରାସ୍ତା ର ନିର୍ମାଣ କରିବାର ଦାୟିତ୍ୱ 4ଟି ଅଲଗା-ଅଲଗା ଅଥରିଟୀ ଙ୍କ ପାଖରେ ଏହି ଦାଇତ୍ୱ ରହିଥାଏ ।

ନେଶନାଲ ହାଇୱେ ଅଥରିଟୀ ଅଫ ଇଣ୍ଡିଆ :-

ଏହି ବିଭାଗ କେନ୍ଦ୍ର ସରକାର ଙ୍କ ଅଧୀନ ରେ ରହିଥାଏ । ଏହାକୁ Ministry of road transport and highway ସଞ୍ଚାଳିତ କରିଥାଏ । ଯେବେ ଆପଣ ଗୋଟେ ସହର ରୁ ଅନ୍ୟ ସହର କୁ ଯାଉଛନ୍ତି ଓ ରାସ୍ତା କଡ ରେ ମାଇଲ୍ ଷ୍ଟୋନ୍ ଦେଖିଥିବେ, ଯାହାର ରଙ୍ଗ ହଳଦିଆ ଓ ଧଳା ହୋଇଥାଏ, ତେବେ ବୁଝିଯାଆନ୍ତୁ କି ଏହା ରାଷ୍ଟ୍ରୀୟ ରାଜମାର୍ଗ ଅଟେ । ଏହି ରାସ୍ତା କୁ ବନେଇବାର ଦାୟିତ୍ୱ କେନ୍ଦ୍ର ସରକାର ର ଅଟେ । ଯଦି ରାସ୍ତା ଖରାପ ହୁଏ ତେବେ ଏଥିପାଇଁ କେନ୍ଦ୍ର ସରକାର ହିଁ ମରାମତି କରିବାର ଦାୟିତ୍ୱ ନେଇଥାନ୍ତି ।

ଷ୍ଟେଟ ହାଇୱେ :-

ଏହି ରାସ୍ତା ର ନିର୍ମାଣ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥାଏ । ଏହାକୁ ଷ୍ଟେଟ ହାଇୱେ କୁହାଯାଉଛି । ଏହାକୁ ରାଜ୍ୟ ସରକାର ନିୟନ୍ତ୍ରଣ କରିଥାଏ । ରାସ୍ତା କଡ ରେ ଯଦି ଆପଣ ନୀଳ ଓ ଧଳା ରଙ୍ଗର ମାଇଲ୍ ଷ୍ଟୋନ୍ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି କି ତାହା କୌଣସି ଏକ ରାଜ୍ୟର ରାଜମାର୍ଗ ଅଟେ । ରାସ୍ତା ଖରାପ ହେଲେ ତାର ଦାୟିତ୍ୱ ସେହି ରାଜ୍ୟ ର ରାଜ୍ୟ ସରକାର ଦାଇତ୍ୱ ବହନ କରିଥାନ୍ତି।

ଡିଷ୍ଟ୍ରିକ ସିଟି ରୋଡ଼ :-

ରାସ୍ତା କଡ ରେ ଯଦି ଆପଣ କଳା ଓ ଧଳା ରଙ୍ଗର ମାଇଲ୍ ଷ୍ଟୋନ୍ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି କି ତାହା ଡିଷ୍ଟ୍ରିକ ରୋଡ଼ ଅଟେ । ଯାହା ଦୁଇଟି ଜିଲ୍ଲାକୁ ସଂଯୋଗ କରିଥାଏ, ସହର ର କୌଣସି କେନ୍ଦ୍ର ଏଣ୍ଟିଟି ଦ୍ୱାରା ନିର୍ମାଣ କରାଯାଏ । ଏହି ରାସ୍ତା ର ସମ୍ପୂର୍ଣ ଦାୟିତ୍ୱ ଡିଷ୍ଟ୍ରିକ ର ହୋଇଥାଏ ।

ରୁରାଲ ରୋଡ଼ (PMGSY) :-

କୌଣସି ରାସ୍ତା କଡ ରେ ଲାଗିଥିବା ମାଇଲ୍ ଷ୍ଟୋନ୍ ର ଉପର ଭାଗ ନାଲି ଓ ତଳ ଭାଗ ଧଳା ହୋଇଥାଏ ତେବେ ଏହା ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ମଧ୍ୟ କୁହାଯାଏ । ଏହାର ଦାୟିତ୍ୱ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦ୍ଵାରା ହୋଇଥାଏ ।

Leave a Reply

Your email address will not be published. Required fields are marked *