ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ଭଣଜା ହଠାତ ଏହି ରୋଗରେ ପୀଡିତ ହୋଇ ମୃତ୍ୟୁ ଘଟିଛି, ଫଟୋ ସେୟାର କରି…

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ଭଣଜା ଅବଦୁଲ ଖାନ୍‌ଙ୍କର ମଙ୍ଗଳବାର ଦିନ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା । ଅବଦୁଲ୍ଲା ଖାନଙ୍କ ଦେହାନ୍ତରେ ସଲମାନ ଖାନ ଶୋକ ପ୍ରକାଶ କରିଛନ୍ତି,ଏମିତିକି ଅବଦୁଲ୍ଲା ଖାନଙ୍କ ମୃତ୍ୟୁ ଖାନ ପରିବାରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସଲମାନ ଖାନ ତାଙ୍କ ନିକଟତର ହେବା ନିଶ୍ଚିତ ଭାବରେ ତାଙ୍କ ସେୟାର କରିଥିବା ପୋଷ୍ଟରୁ ସ୍ପଷ୍ଟ ବାରି ହେଉଛି ।

ସେ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ମିଡ଼ିଆ ରିପୋର୍ଟ ଅନୁଯାୟୀ ସୂଚନା ଯୋଗ୍ୟ ଅବଦୁଲ୍ଲା ମଧୁମେହରେ ପୀଡିତ ଥିଲେ ଏବଂ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ଅସନ୍ତୋଷ ଅନୁଭବ କରିବା ପରେ ଦୁଇ ଦିନ ପୂର୍ବରୁ ଧୀରବାଇ କୋକିଲାବେନ୍ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

କିନ୍ତୁ ତାଙ୍କର ଅବସ୍ଥା ଅତି ଗୁରୁତର ହେବାରୁ ଗତ ଶନିବାର ତାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଅବଦୁଲ୍ଲାଙ୍କ ସହିତ ତାଙ୍କର ଏକ ଫଟୋକୁ ସଲମାନ ସୋସିଆଲ ମିଡିଆରେ ଶେୟାର କରିବା ସହିତ ‘ତୁମକୁ ସବୁବେଳେ ଭଲ ପାଇବି’ ବୋଲି କେପସନରେ ଲେଖିଛନ୍ତି।

Leave a Reply