କରୋନା ପୀଡିତଙ୍କ ପାଇଁ ଇଂଲଣ୍ଡ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର୍ କରିବେ ଏହି କାମ ଟ୍ୱିଟ କରି କହିଲେ ଏମିତି…

ଇଂଲଣ୍ଡ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର୍ ଘୋଷଣା କରିଛନ୍ତି ଯେ ସେ ତାଙ୍କର ୨୦୧୯ ବିଶ୍ୱକପ୍ ଫାଇନାଲ୍ ଟି-ସାର୍ଟକୁ ନିଲାମ କରିବେ ଏବଂ କରୋନାଭାଇରସ୍ ବିପକ୍ଷରେ ଲଣ୍ଡନରେ ଥିବା ୨ ଡାକ୍ତରଖାନାକୁ ଆର୍ଥିକ ସାହାଯ୍ୟ ଦେବେ। ବଟଲର ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ମୁଁ ରୟାଲ ବ୍ରୋମ୍ପଟନ୍ ଏବଂ ହେୟାରଫିଲ୍ଡ ହସ୍ପିଟାଲ୍ ଚାରିଟି ପାଇଁ ମୋର ବିଶ୍ୱକପ୍ ଫାଇନାଲ୍ ଟି-ସାର୍ଟ ନିଲାମ କରିବାକୁ ଯାଉଛି।

ଗତ ବର୍ଷ ୧୪ ଜୁଲାଇରେ ଲର୍ଡସରେ ଖେଳାଯାଇଥିବା ରୋମାଞ୍ଚକର ବିଶ୍ୱକପ ଫାଇନାଲରେ ଅଧିକା ବାଉଂଡେରୀ ନିୟମ ଅନୁଯାୟୀ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଇଂଲଣ୍ଡ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଥିଲା । ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗୁପିଲଙ୍କୁ ବିଶ୍ୱକପ ୨୦୧୯ ଫାଇନାଲର ସୁପର ଓଭରରେ ରନ ଆଉଟ କରିଥିଲେ ଏବଂ ବଟଲର୍ ତାଙ୍କ ଦଳକୁ ବିଶ୍ୱ ଚାମ୍ପିଅନ୍ ମଧ୍ୟ କରାଇବାରେ ସାହାଯ୍ୟ କରିଥିଲେ ।

ମେରିଲବୋନ କ୍ରିକେଟ୍ କ୍ଲବ୍ (ଏସିସି) ଏକ ସାକ୍ଷାତକାରରେ କହିଛି ଯେ ୱେଲିଙ୍ଗଟନ୍ ହସ୍ପିଟାଲ୍, ୟୁନିଭରସିଟି କଲେଜ ହସ୍ପିଟାଲ୍ ଏବଂ ସେଣ୍ଟ୍ ଜନ୍ ଏବଂ ସେଣ୍ଟ ଏଲିଜାବେଥ୍ ହସ୍ପିଟାଲର କର୍ମଚାରୀଙ୍କ ପାଇଁ ଆମେ ୭୫ ପାର୍କିଂ ସୁବିଧା ଯୋଗାଇ ଦେଉଛୁ। ଏହା ସହ ଆମେ ମଧ୍ୟ ଷ୍ଟୋରେଜ୍ ପାଇଁ ମଧ୍ୟ ଉପଯୁକ୍ତ ସୁବିଧା ଯୋଗାଉଛୁ, ଯାହା ହସ୍ପିଟାଲ୍ ନିକଟରେ ଅଛି, ଏବଂ ଇଂଲଣ୍ଡରେ କରୋନା ଭୁତାଣୁ ଯୋଗୁଁ ଏପର୍ଯ୍ୟନ୍ତ ୧୫୦୦ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୨୫୦୦୦ ମାମଲା ନିଶ୍ଚିତ ହୋଇଛି ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *