ଭାରତୀୟ କ୍ରିକେଟର ଦଳର ହିଟ୍ ମ୍ୟାନ୍ ରୋହିତ ଶର୍ମା ମଧ୍ୟ PM-CARES fund କୁ ଦାନ କଲେ ଏତେ ଟଙ୍କା

କରୋନାଭାଇରସ୍ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି, ଏହି ଭୟଙ୍କର ନୁଆଁ କରୋନାଭାଇରସ୍ ଯୋଗୁଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ୍ କରିଦିଯାଇଥିଲା । ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ଓ ବିଭିନ୍ନ ବର୍ଗର ଜନପ୍ରତିନିଧି ମାନେ ରିଲିଫ୍ ପାଣ୍ଠି ପ୍ରତି ସେମାନଙ୍କର ଅବଦାନ ବା ଦେଶ ପାଇଁ ଟଙ୍କା ଦାନ କରୁଛନ୍ତି। ଏମିତିକି ଭାରତୀୟ କ୍ରିକେଟର ରୋହିତ ଶର୍ମା ମଧ୍ୟ ମୋଟ ୮୦ ଲକ୍ଷ ଟଙ୍କା ଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୫ ଲକ୍ଷ ଟଙ୍କା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ମଧ୍ୟ ଦାନ କରିଛନ୍ତି। ଏହା ସହ ଏହି ଦୁଇ ସଂସ୍ଥା କୁ ( @ Feedingindia) ସହାୟତା ପାଇଁ ୫ ଲକ୍ଷ ଓ (#welfare of stray dogs) ସହାୟତା ପାଇଁ ୫ ଲକ୍ଷ ଦାନ କରି ଟ୍ୱିଟର ରେ ସେୟାର କରିଛନ୍ତି।

ଏହାପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ସୌରଭ ଗାଙ୍ଗୁଲି ଓ ସଚିନ୍ ତେନ୍ଦୁଲକର, ସୁରେଶ ରାଇନା ଓ ଗୌତମ ଗମ୍ଭୀର ମଧ୍ୟ ସହଯୋଗର ହାତ ବଢାଇଥିଲେ । ବିସିସିଆଇ ୫୧ କୋଟି ଟଙ୍କା ଦାନ କରିଛି।

Leave a Reply

Your email address will not be published. Required fields are marked *