ବିଶ୍ୱ ମହାମାରୀର କରୋନାଭାଇରସ୍ ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି ଚାଇନାର ୱୁହାନ ସିଟିରୁ ଉତ୍ପନ୍ନ ଏହି ଭୁତାଣୁ ସମଗ୍ର ବିଶ୍ୱକୁ ବ୍ୟାପି ସାରିଲାଣି ଏବଂ COVID-19 ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ୍ ପରିସ୍ଥିତି ସୃଷ୍ଟି ହୋଇଛି ।
ଏଭଳି ସମୟରେ ଭାରତୀୟ କ୍ରିକେଟର ସୁରେଶ ରାଇନା କରୋନାଭାଇରସ ର ମୁକାବିଲା କରିବା ପାଇଁ ୫୨ ଲକ୍ଷ ଟଙ୍କା ସହାୟତା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୧ ଲକ୍ଷ ଟଙ୍କା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ଦେବାକୁ ରାଇନା ନିଷ୍ପତ୍ତି ନେଇଛନ୍ତି। ଇନଷ୍ଟାଗ୍ରାମରେ ରାଇନା ତାଙ୍କ ପ୍ରଶଂସକଙ୍କୁ ନିବେଦନ କରିଥିଲେ ଏବଂ କହିଥିଲେ ଯେ ସମସ୍ତେ ସହଯୋଗ କରିବା ଉଚିତ ଏବଂ ଘରେ ରହିବା ଉଚିତ୍।
ପୂର୍ବରୁ ମଧ୍ୟ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ଏବଂ ଗୌତମ ଗମ୍ଭୀର ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି ଏବଂ ବଲିଉଡ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଟଙ୍କା ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି, ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (CRPF) କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିକୁ ସେମାନଙ୍କର ଗୋଟିଏ ଦିନର ଦରମା ସ୍ୱରୂପ ୩୩.୮୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।