ଭାରତୀୟ ମହିଳା କ୍ରିକେଟ ଦଳର ଏହି ମହିଳା ଖେଳାଳି PM-CARES fund କୁ ଦାନ କଲେ ଏତେ ଟଙ୍କା

କରୋନାଭାଇରସ୍ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି, ଏହି ଭୟଙ୍କର ନୁଆଁ କରୋନାଭାଇରସ୍ ଯୋଗୁଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ୍ କରିଦିଯାଇଥିଲା । ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ଓ ବିଭିନ୍ନ ବର୍ଗର ଜନପ୍ରତିନିଧି ମାନେ ରିଲିଫ୍ ପାଣ୍ଠି ପ୍ରତି ସେମାନଙ୍କର ଅବଦାନ ବା ଦେଶ ପାଇଁ ଟଙ୍କା ଦାନ କରୁଛନ୍ତି। ଏମିତିକି ଭାରତୀୟ ମହିଳା ଦଳର ଖେଳାଳି ମିତାଲି ରାଜ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମିଥାଲି ୫ ଲକ୍ଷ ଟଙ୍କା ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ମଧ୍ୟ ଦାନ କରିଛନ୍ତି। ମିଥାଲି ଟ୍ୱିଟରରେ ସେୟାର କରି କହିଛନ୍ତି ଯେ “ଆମ ସମସ୍ତ ଦେଶବାସୀ କୁ ଏହି ବିପର୍ଯ୍ୟୟ ପାଇଁ ଏକାଠି ରହିବାକୁ ପଡିବ। ମୁଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପାଞ୍ଚ ଲକ୍ଷ ଟଙ୍କା ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପାଞ୍ଚ ଲକ୍ଷ ଟଙ୍କା ଦାନ କରୁଛି” ବୋଲି ଟ୍ୱିଟର ରେ ସେୟାର କରିଥିଲେ।

ଏହାପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳର ଖେଳାଳି ଦୀପ୍ତି ଶର୍ମା ମଧ୍ୟ ପଶ୍ଚିମବଙ୍ଗର ଜରୁରୀକାଳୀନ ସହାୟତା ପାଣ୍ଠିକୁ ୫୦୦୦୦ ଟଙ୍କା ମଧ୍ୟ ଦାନ କରିଥିଲେ। ଏବଂ ସୌରଭ ଗାଙ୍ଗୁଲି ଲକ୍ଷ ଓ ସଚିନ୍ ତେନ୍ଦୁଲକର, ସୁରେଶ ରାଇନା ଓ ଗୌତମ ଗମ୍ଭୀର ମଧ୍ୟ ସହଯୋଗର ହାତ ବଢାଇଥିଲେ । କରୋନା ମୁକାବିଲା ପାଇଁ ବିସିସିଆଇ ୫୧ କୋଟି ଟଙ୍କା ଦାନ କରିଛି।

Leave a Reply

Your email address will not be published. Required fields are marked *