୨୧ଦିନିଆ ଲକଡାଉନର ଶେଷ ହେବା ପରେ ପୁଣି ବୃଦ୍ଧି ହୋଇପାରେ କି ଲକଡାଉନ୍,ଜାଣନ୍ତୁ କଣ କହିଲେ କ୍ୟାବିନେଟ୍ ସଚିବ…

ଲକ୍‌ଡାଉନ୍‌ ସତ୍ତ୍ବେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୭୫ଟି ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୬ରେ ପହଞ୍ଚିଛି। ଦେଶରେ ଆଜି ସୁଦ୍ଧା ୨୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୮୫ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କରୋନାଭାଇରସ୍ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି, ଏହି ଭୟଙ୍କର ନୁଆଁ କରୋନାଭାଇରସ୍ ଯୋଗୁଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ୍ କରିଦିଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ନିବେଦନ କରିଥିଲେ ଯେ ଲକ୍‌ଡାଉନ୍‌ କୁ ଗୁରୁତର ସହ ନିଅନ୍ତୁ ଏବଂ ସେମାନଙ୍କ ସହ ସେମାନଙ୍କ ପରିବାରକୁ ସୁରକ୍ଷା ଦିଅନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରଙ୍କୁ ମଧ୍ୟ ସେମାନଙ୍କ ସ୍ଥାନରେ ନିୟମାବଳୀକୁ କଡାକଡି ପାଳନ କରିବାକୁ ଅନୁରୋଧ କରିଛନ୍ତି।

କରୋନାଭାଇରସ୍ ସଂକ୍ରମଣ ରୋକିବା ନିମନ୍ତେ ଦେଶରେ ଜାରି ହୋଇଥିବା ୨୧ଦିନିଆ ଲକଡାଉନର ସମୟ ଅବଧି ବୃଦ୍ଧି କୁ ନେଇ ପ୍ରସାର ହେଉଥିବା ବେଳେ ସୋମବାର ଦିନ କ୍ୟାବିନେଟ୍ ସଚିବ ରାଜୀବ ଗୌବା ଖଣ୍ଡନ କରି ଏହା କହିଛନ୍ତି ଯେ ୨୧ଦିନିଆ ଲକଡାଉନର ସମୟ ଶେଷ ହେବା ପରେ ପୁଣି ଲକଡାଉନ୍ ବୃଦ୍ଧି କରାଯିବାର ସେଭଳି କୌଣସି ଯୋଜନା ନାହିଁ ।

Leave a Reply