ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଓ ଆଇଏଲବିଏସର ନିର୍ଦ୍ଦେଶକ ଡକ୍ଟର ଏସ୍ କେ ସରିନ୍ ଙ୍କ ଏଭଳି ମତ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ କେବଳ ଲକ୍‌ଡାଉନ କରିବା ଯଥେଷ୍ଟ ନୁହଁ ଏହା ସହ ଯେଉଁ ମାନେ ପୂର୍ବରୁ ଏହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜି ଆଇସୋଲେଶନରେ ରଖିବାକୁ ନିହାତି ଆବଶ୍ୟକ ଏବଂ (WHO) କହିବା ଅନୁଯାୟୀ କରୋନାଭାଇରସ୍ ଉଭୟ ଗରମ ଓ ଆର୍ଦ୍ର ଜଳବାୟୁ ରେ ବଞ୍ଚିପାରିବ ଏବଂ ଆପଣ ଯେଉଁଠାରେ ବି ରୁହନ୍ତୁ ନା କାହିଁକି ସେଠାକାର ଜଳବାୟୁ ଯାହା ବି ହେଉ ନା କାହିଁକି ଯୁବା ହୋଉ କିମ୍ବା ବୟସ୍କା ଆପଣଙ୍କୁ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ,ସତର୍କତା ଅବଲମ୍ବନ କରିବା ହିଁ କରୋନାଭାଇରସ ବ୍ୟାପିବା କୁ ରୋକାଯାଇପାରିବ ।

ଅନ୍ୟପକ୍ଷରେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଉପରେ ଦିଲ୍ଲୀ ପାଇଁ ଯୋଜନା କରୁଥିବା ଆଇଏଲବିଏସର ନିର୍ଦ୍ଦେଶକ ଡକ୍ଟର ଏସ୍ କେ ସରିନ୍ ତାଙ୍କ ରିପୋର୍ଟରେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଯେ ଭାରତକୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ସନ୍ଦିଗ୍ଧ ରୋଗୀ ବୋଲି ସନ୍ଦେହ କରାଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଚୀନ୍ ଏବଂ ଦକ୍ଷିଣ କୋରିଆ ଭଳି ଜିପିଏସ୍ ଟେକ୍ନୋଲୋଜି ବ୍ୟବହାର କରାଯିବା ଆବଶ୍ୟକ।

ଡାକ୍ତର ସରିନ୍ କହିଛନ୍ତି ଯେ ଆମକୁ କରୋନାର ଭୟଙ୍କର ପ୍ରଭାବର ତୃତୀୟ ପର୍ଯ୍ୟାୟକୁ ନଯିବାପାଇଁ ଏଭଳି କିଛି ପଦକ୍ଷେପ ନେବାକୁ ପଡିବ ଏବଂ ଏଥିପାଇଁ ଲୋକଙ୍କୁ ସଂକ୍ରମଣର ଲକ୍ଷଣ ଲୁଚାଇବା ପରିବର୍ତ୍ତେ ନିଜକୁ ପ୍ରକାଶ କରିବା ଆବଶ୍ୟକ ଏବଂ ଭୁତାଣୁ ସଂକ୍ରମଣ ପରୀକ୍ଷା କ୍ଷମତା ବର୍ତମାନ ଠାରୁ ବହୁତ ଅଧିକ ହେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *