ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ବିଷୟରେ ଜାଣନ୍ତୁ କଣ କହିଲା ଆଇସିସି

କରୋନାଭାଇରସ୍ ସମଗ୍ର ବିଶ୍ୱରେ ତାର ପ୍ରଭାବ ପକେଇଛି ଏବଂ ଏହି କାରଣରୁ ଟୋକିଓ ଅଲିମ୍ପିକ୍ସ ୨୦୨୦ କୁ ସ୍ଥଗିତ ରଖାଯାଇଛି । ଏହା ସତ୍ତ୍ୱେ ଆଇସିସି ଟି -୨୦ ବିଶ୍ୱକପ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଟେଲି କନଫରେନ୍ସ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ କାର୍ଯ୍ୟସୂଚୀରେ ଆସ୍ୱସ୍ଥି ଦେଖାଇଛି ଆଇସିସି  ।


୧୮ ଅକ୍ଟୋବରରୁ ୧୫ ନଭେମ୍ବର ମଧ୍ୟରେ ଟି -୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆ ରେ ଖେଳାଯିବା କାର୍ଯ୍ୟକ୍ରମ ରହିଛି,ଏହା ପ୍ରତି ବିପଦ ଥିବା ଭଳି ମନେ ହେଉ ନାହିଁ କାରଣ ଆହୁରି ଅନେକ ଦିନ ବାକି ରହିଛି, ତେଣୁ ୨୦ ବିଶ୍ୱକପ ଯେପରି ଠିକ୍ ସମୟରେ ଅନୁଷ୍ଠିତ ହେବ ଏନେଇ ସେତେବେଳେ ସମସ୍ତ ପ୍ରକାର ସ୍ଥିତି ଓ ମ୍ୟାନେଜମେଣ୍ଟ ସଦସ୍ୟମାନଙ୍କ ମତାମତକୁ ନେଇ ହିଁ ୨୦ ବିଶ୍ୱକପ ଅନୁଷ୍ଠିତ ହେବ ବୋଲି ଜଣାପଡିଛି,


ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଟି -୨୦ ବିଶ୍ୱକପ ଠିକ୍ ସମୟରେ ଅନୁଷ୍ଠିତ ହେବ ଏବଂ କୌଣସି ପ୍ରକାରର ରଣନୀତି ପରିବର୍ତ୍ତନ ହେବ ନାହିଁ। ଅନ୍ୟ ପକ୍ଷରେ ଟୋକିଓ ଅଲିମ୍ପିକ୍ସ ୨୦୨୦ ବାତିଲ ହେବା ପରେ ନିରାଶ ହୋଇଥିବା କ୍ରିକେଟ୍ ପ୍ରେମୀ ପାଇଁ ଏହା ଏକ ଖୁସି ଖବର ହୋଇପାରେ।

Leave a Reply

Your email address will not be published. Required fields are marked *