ଲକ୍ଷ୍ନୌ ଏବଂ କୋଲକାତାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଅବଶିଷ୍ଟ ଦୁଇଟି ODI ମ୍ୟାଚ୍ ଶୁକ୍ରବାର ଦିନ କରୋନାଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ବାତିଲ କରି ଦିଆଯାଇଛି, ବିଶ୍ ମହାମାରୀ ହେତୁ ଦେଶର କ୍ରୀଡା ଉପରେ ଏହା ପ୍ରଭାବ ପଡିଥିବା ଜଣାପଡିଛି, ଖେଳାଳିମାନେ ଆତଙ୍କିତ ଅବସ୍ଥାରେ ଥିବା ପରି ମନେ ହେଉଥିଲେ ଏବଂ ଶୀଘ୍ର ଘରକୁ ଫେରିବାକୁ ଚାହୁଁଥିଲେ ବୋଲି ବୋର୍ଡର ଅନ୍ୟ ଜଣେ ଅଧିକାରୀ ମଧ୍ୟ କହିଛନ୍ତି ।

ଏହି ସିରିଜ ର ପରବର୍ତ୍ତୀ ଦୁଇଟି ମ୍ୟାଚ ପୁଣି ନିର୍ଧାରିତ କରାଯାଇପାରେ ବୋଲି ସୂଚନା ମିଳିଥିଲା କିନ୍ତୁ ବର୍ତମାନ ଏଭଳି ନିଷ୍ପତି ନିଆଯାଇଛି । ବୋର୍ଡ ସଚିବ ଜୟ ଶାହା କହିଛନ୍ତି, “କ୍ରିକେଟ୍ ଦକ୍ଷିଣ ଆଫ୍ରିକା ପରବର୍ତ୍ତୀ ସମୟରେ ଭାରତ ଗସ୍ତ କରିବ । ଆର୍ଥିକ ସମସ୍ୟା ସ୍ୱାସ୍ଥ୍ୟ ସମସ୍ୟାଠାରୁ ବଡ ନୁହେଁ ବୋଲି କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ।

ବିସିସିଆଇ କ୍ରୀଡା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ କଥାବାର୍ତ୍ତା ହେବା ପରେ ଏଭଳି ନିଷ୍ପତି ନିଆଯାଇଛି, ଦୁନିଆର ସବୁଠାରୁ ଲୋକପ୍ରିୟ ଟି -୨୦ କ୍ରିକେଟ୍ ଲିଗ ଆଇପିଏଲ୍ ୨୦୨୦ ର ଏହି ଶୀଜନ ୨୯ ମାର୍ଚ୍ଚ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମ୍ରେ ଉଦଘାଟନୀ ମ୍ୟାଚ୍ ଖେଳାଯିବାର ଥିଲା କରୋନାଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ୧୫ ଏପ୍ରିଲକୁ ଘୁଞ୍ଚାଇ ଦିଆଯାଇଛି ବୋଲି ପରିଚାଳନା ପରିଷଦ ସ୍ପଷ୍ଟ କରିଦେଇଛି ।