ଦ୍ରୁତ ବୋଲର ଜୟଦେବ ଉନାଦ୍‌କଟ୍‌ଙ୍କ ନେତୃତ୍ବରେ ଟେ‌ଷ୍ଟ ସ୍ପେସାଲିଷ୍ଟ ଚେତେଶ୍ବର ପୂଜାରା ଏହି ଫାଇନାଲ୍‌ ମ୍ୟାଚ ଖେଳିବେ !

ନ୍ୟୁଜିଲାଣ୍ଡ ଗସ୍ତରେ ସନ୍ତୋଷଜନକ ପ୍ରଦର୍ଶନ କରିପାରିନଥିବା ଟେ‌ଷ୍ଟ ସ୍ପେସାଲିଷ୍ଟ ଚେତେଶ୍ବର ପୂଜାରା ସୋମବାରଠୁ ବେଙ୍ଗଲ ବିପକ୍ଷରେ ସୌରାଷ୍ଟ୍ର ଫାଇନାଲ୍‌ ମ୍ୟାଚ ଖେଳିବା ପାଇଁ ଚୟନ ହୋଇଛନ୍ତି, ଏପରିକି ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ଼ ରେ ମାତ୍ର ୪ ପାଳିରୁ ୱେଲିଂଟନ୍‌ ଟେଷ୍ଟରେ ୧୧ ଓ ୧୧ ଏବଂ ଖ୍ରିଷ୍ଟଚର୍ଚ୍ଚ ଟେଷ୍ଟ୍‌ରେ ୫୪ ଓ ୨୪ ରନ ଫଳରେ ସେ ମୋଟ ୧୦୦ ରନ୍‌ ହିଁ କରିଥିଲେ।

ତେଣୁ ସୌରାଷ୍ଟ୍ର ପକ୍ଷରୁ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଙ୍କୁ ଫାଇନାଲ୍‌ ଖେଳିବାକୁ ବିସିସିଆଇ କୁ ନିବେଦନ କରିଥିଲେ ହେଲେ କିନ୍ତୁ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜାଡେଜା ଙ୍କୁ ରଣଜୀ ଫାଇନାଲ୍‌ ଖେଳିବାକୁ ସୁଯୋଗ ଦେଇ ନଥିଲା ବିସିସିଆଇ ଏବଂ ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲି ସ୍ପଷ୍ଟ ଭାବେ ମନା କରି ଦେଇଥିଲେ ।

ସୂଚନା ଯୋଗ୍ୟ ୯ ତାରିଖରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ପାଇଁ ଚେତେଶ୍ବର ପୂଜାରା ଚଳିତ ଋତୁର ରଣଜୀ ଟ୍ରଫି ଫାଇନାଲ୍‌ ଖେଳିବେ ଓ ଦ୍ରୁତ ବୋଲର ଜୟଦେବ ଉନାଦ୍‌କଟ୍‌ଙ୍କ ନେତୃତ୍ବରେ ସୌରାଷ୍ଟ୍ରର ୧୭ ଜଣିଆ ଦଳ ଘୋଷିତ ହୋଇଥିଲା ବେଳେ ପୂଜାରାଙ୍କ ମଧ୍ୟ ସାମିଲ ଅଛନ୍ତି ।

Leave a Reply