ନାଟକୀୟ ନିଷ୍ପତ୍ତି, କରୋନା ଭାଇରସ୍ ମାମଲା ବୃଦ୍ଧି ପାଉଥିବାରୁ ସାମୟିକ ଭାବରେ ୭୦,୦୦୦ କଏଦୀଙ୍କୁ ମୁକ୍ତ !!

ଇରାନର ନ୍ୟାୟପାଳିକା ମୁଖ୍ୟ ଇବ୍ରାହିମ ରାଇସି ସୋମବାର କହିଛନ୍ତି ଯେ କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଇରାନ ୭୦,୦୦୦ କଏଦୀଙ୍କୁ ମୁକ୍ତ କରିବ । ଏହି ନାଟକୀୟ ନିଷ୍ପତ୍ତି ଇସଲାମିକ୍ ରିପବ୍ଲିକ୍ ପାଇଁ ସଙ୍କଟ ସମୟରେ ଆସିଛି ଯେତେବେଳେ ଏହା ଜୀବାଣୁ ମହାମାରୀରୁ ରୋକିବା ପାଇଁ ସଂଘର୍ଷ କରୁଥିବା ବେଳେ ଏଭଳି ଏକ ନିର୍ଣ୍ଣୟ ଦେଖିବାକୁ ମିଳିଛି ।

ଯାହା COVID-19 ନାମରେ ଜଣାଶୁଣା ରୋଗ ସୃଷ୍ଟି କରୁଥିବା ଏହା ସପ୍ତାହକ ମଧ୍ୟରେ ସେଠାରେ ମୃତ୍ୟୁ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇ ଶୁକ୍ରବାର ଦିନ ୧୨୪ ରୁ ସୋମବାର ସକାଳ ସୁଦ୍ଧା ୨୩୭ କୁ ବୃଦ୍ଧି ପାଇଥିବା ଜଣା ପଡିଛି ଏବଂ ପୂର୍ବ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ ଇରାନୀୟଙ୍କ ମୃତ୍ୟୁ ମଧ୍ୟ ଘଟିଛି ।

ପ୍ରଥମେ ଇରାନ ୫୪,୦୦୦କଏଦୀଙ୍କୁ କରୋନା ସଂକ୍ରମଣ ଭୟରେ ମୁକ୍ତ କରିଥିବାର ଖବର ମିଳିଥିଲା। ହେଲେ କିନ୍ତୁ ବର୍ତମାନ ଏହି ସଂଖ୍ୟା ବଢ଼ି ୭୦,୦୦୦ରେ ପହଞ୍ଚିଛି, ଇରାନର ନ୍ୟାୟପାଳିକାର ମୁଖ୍ୟ ଇବ୍ରାହିମ ରାଏସି କହିଛନ୍ତି ଯେ, କଏଦୀମାନଙ୍କୁ ମୁକ୍ତ କରିବା ପରେ ସମାଜରେ ଯେମିତି କୌଣସି ଅଘଟଣ ନ ଘଟେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି। ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ପ୍ରାଥମିକତା ଦିଆଯାଇଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *