ଆଇସିସି ବିଶ୍ୱକପ କ୍ରିକେଟ ଇତିହାସରେ ପ୍ରଥମ ମହିଳା ଖେଳାଳି ଭାବେ ଭାଙ୍ଗିଲେ ପାଣ୍ଡ୍ୟା ଙ୍କ ଦ୍ରୁତତମ ରନର ରେକର୍ଡ

ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଅଷ୍ଟ୍ରେଲିଆ ଟସ୍‌ ଜିତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଧାରିତ ୨୦ ଓଭର ରେ ୪ ଉଇକେଟ ବିନିମୟରେ ୧୮୫ ରନର ବିଶାଳ ସ୍କୋର ସହ ବିଶ୍ୱକପ ଫାଇନାଲ ରେ ସର୍ବାଧିକ ରନ ରେକର୍ଡ କରିବା ସହ ଭାରତକୁ ବୃହତ୍‌ ୮୫ ରନରେ ହରେଇ ପଞ୍ଚମ ଥର ପାଇଁ ବିଶ୍ୱ କପ ବିଜୟୀ ହୋଇଛି ।

ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଅଷ୍ଟ୍ରେଲିଆର ଓପନର ଅଲିସା ହିଲି ୩୯ ବଲ ରୁ ୭ ଟି ଚୌକା ୫ ଟି ଛକା ସାହାଯ୍ୟରେ ୭୫ ରନ କରି ଆଇସିସି କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଏକ ରେକର୍ଡ କରିଛନ୍ତି, ସେ ଆଇସିସି ବିଶ୍ୱକପ ଫାଇନାଲ ଉଭୟ ପୁରୁଷ ଓ ମହିଳା ପ୍ରଥମ ଖେଳାଳି ଭାବେ ଦ୍ରୁତତମ ୩୦ ବଲ ରୁ ୫୦ ରନ ସଂଗ୍ରହ କରିଛନ୍ତି, ପୂର୍ବରୁ ପାଣ୍ଡ୍ୟା ଙ୍କ ନାମରେ ଆଇସିସି ଚମ୍ପିୟାନ ଟ୍ରଫି ୨୦୧୭ ରେ ୩୨ ବଲ ରୁ ଦ୍ରୁତତମ ୫୦ ରନ ର ରେକର୍ଡ କୁ ଭାଙ୍ଗି ଦେଇଛନ୍ତି ।

ଓପନର ଅଲିସା ହିଲି ୩୯ ବଲ ରୁ ୭ ଟି ଚୌକା ୫ ଟି ଛକା ସାହାଯ୍ୟରେ ୭୫ ରନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ସାଥୀ ଖେଳାଳି ବେଥ ମୁନିଙ୍କୁ ଟୁର୍ଣ୍ଣାମେଣ୍ଟରେ ସର୍ବଶ୍ରେଷ୍ଠ ଖେଳାଳି ଭାବେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ଦିଆଯାଇଥିଲା। ।

Leave a Reply