ନାଥାନ ରିର୍ଡନଙ୍କ ୯୬ ରନ ସତ୍ୱେ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ ହାରିଲା ମ୍ୟାଚ,ପରବର୍ତ୍ତୀ ମ୍ୟାଚ ଇଣ୍ଡିଆ ଲିଜେଣ୍ଡ୍ସ ଓ ..

ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ ଏହାର ମୁଖ୍ୟ ଲକ୍ଷ ହେଉଛି ଦେଶରେ ରୋଡ୍‌ ସେଫ୍ଟି କୁ ନେଇ ଜନସାଧାରଣ ମଧ୍ୟରେ ଜାଗୃତ ସୃଷ୍ଟି କରିବା ବା ସଚେତନ କରିବା ଲାଗି ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ ରେ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ ଓ ଶ୍ରୀଲଙ୍କା ଲିଜେଣ୍ଡ୍ସ ମଧ୍ୟରେ ଖେଳା ଯାଇଥିଲା,ଏହି ସିରିଜରେ ମୋଟ ୧୧ ମ୍ୟାଚ୍‌ ଖେଳାଯିବ ଏବଂ ରବିବାର ଦିନ ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ କୁ ଶ୍ରୀଲଙ୍କା ଲିଜେଣ୍ଡ୍ସ ୭ ରନରେ ପରାସ୍ତ କରି ଦେଇଛି ।

ଏହି ମ୍ୟାଚ ରେ ଶ୍ରୀଲଙ୍କା ଲିଜେଣ୍ଡ୍ସ ପ୍ରଥମେ ବ୍ୟାଟିଂ କରି ରମେଶ କାଳୁଓ୍ବିଥରାଣା ସର୍ବାଧିକ ୩୦, ଚାମରା କପୁଗେଡେରା ୨୮ ଓ ପରଭେଜ ମାହାରୁଫ ୨୦* ରନ ବଳରେ ନିର୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୬୧ ରନ କରିଥିଲା । କିନ୍ତୁ ଜବାବରେ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ ୧୯.୫ ଓଭରରେ ୧୫୪ ରନକରି ଅଲଆଉଟ ହୋଇ ଯାଇଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟାରକଥା ଏହା ଯେ ନାଥାନ ରିର୍ଡନ ଙ୍କ ବ୍ୟତୀତ ୭ ଜଣ ବ୍ୟାଟ୍ସମେନ ଦୁଇ ଅଙ୍କ ଛୁଇଁ ପାରିନଥିଲେ,ଏହି ମ୍ୟାଚ ରେ ନାଥାନ ରିର୍ଡନ ୫୩ ବଲ୍‌ରୁ ୯ ଚୌକା ଓ ୫ ଛକା ସହାୟତାରେ ୯୬ ରନ କରି ମଧ୍ୟ ନିଜ ଦଳକୁ ଜିତାଇପାରିନଥିଲେ । ୧୦ ମାର୍ଚ୍ଚ DY PATIL ଷ୍ଟାଡିୟମ ରେ ତୃତୀୟ ମ୍ୟାଚ ରେ ଇଣ୍ଡିଆ ଲିଜେଣ୍ଡ୍ସ ସହ ଶ୍ରୀଲଙ୍କା ଲିଜେଣ୍ଡ୍ସ ମଧ୍ୟରେ ଖେଳା ଯିବ ।

Leave a Reply

Your email address will not be published. Required fields are marked *