ରୋମାଞ୍ଚକର ମ୍ୟାଚ ରେ ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ଭାରତ,ଏହି ଖେଳାଳି ହେଲେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌…

ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍‌ର ସପ୍ତମ ସଂସ୍କରଣରେ ଭାରତ କ୍ରମାଗତ ଦୁଇଟି ବିଜୟ ହାସଲ କରିଥିବା ପରେ ବର୍ତମାନ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଏକ ରୋମାଞ୍ଚକର ମ୍ୟାଚ ରେ ୩ ରନ୍‌ରେ ହରେଇ ଦେଇଛି ଭାରତ,ଭାରତୀୟ ଦଳ ପକ୍ଷରୁ ଶେଫାଳି ବର୍ମାଙ୍କ ବିସ୍ଫୋରକ ୪୬ ରନ ଓ ବୋଲରଙ୍କ ଚମତ୍କାର ବୋଲିଂ ଫଳରେ ଏହି ମ୍ୟାଚ ଜିତିନେଇଛି ଭାରତ ।

ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି । ଭାରତୀୟ ଦଳ ପକ୍ଷରୁ ଧାର୍ଯ୍ୟ ୧୩୪ ରନ୍‌ର ଜବାବରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୩୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଦଳକୁ ଜିତିବା ପାଇଁ ଅନ୍ତିମ ୨ ଓଭରରେ ୩୪ ରନ୍‌ ଦରକାର ଥିଲାବେଳେ ଅନ୍ତିମ ଓଭରରେ ଦଳକୁ ୧୬ ରନ୍‌ ଆବଶ୍ୟକ ଥିଲା ହେଲେ କିନ୍ତୁ ନ୍ୟୁଜିଲାଣ୍ଡ ଶେଷ ଓଭର ରେ ହାରିଯାଇଥିଲା ଭାରତୀୟ ଦଳ ପାଇଁ ସର୍ବାଧିକ ରନ୍‌ କରିଥିବା ଶେଫାଳିଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ଏହି ବିଜୟ ସହ ଭାରତୀୟ ଦଳ ଗ୍ରୁପ୍‌ ଏ’ରେ ଶୀର୍ଷ ସ୍ଥାନ ଅଧିକାର କରିଛି।

Leave a Reply

Your email address will not be published. Required fields are marked *