ମାର୍ଚ୍ଚରେ ପାକିସ୍ତାନ ଗ୍ରସ୍ଥରେ ଆସିବାକୁ ଥିବା ଦକ୍ଷିଣ ଆଫ୍ରିକା ଦଳ ଏହି କାରଣ ପାଇଁ ବାତିଲ ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା ବୋର୍ଡ !

ପାକିସ୍ତାନ ଗ୍ରସ୍ଥରେ ଆସିବାକୁଥିବା ଦକ୍ଷିଣ ଆଫ୍ରିକା ଦଳ ମାର୍ଚ୍ଚରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ ଓ ଶେଷ ମ୍ୟାଚ୍‌ ମାର୍ଚ୍ଚ ୧୮ରେ ଖେଳାଯିବ। ହେଲେ ୨୨ ତାରିଖ ପର୍ଯ୍ୟନ୍ତ ସେହି ଦଳକୁ ଦୁବାଇରେ ରହିଯିବାକୁ ପାକିସ୍ତାନ କହିଥିଲା ଏବଂ ମାର୍ଚ୍ଚ ୨୨ରେ ପିଏସ୍‌ଏଲ୍‌ ସରିବା ପରେ ଉଭୟ ଦଳ ଦୁବାଇରୁ ସିଧା ପାକିସ୍ତାନ ଯାଇ ‌ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଯୋଜନା କରାଯାଇଥିଲା ।

କିନ୍ତୁ ଦକ୍ଷିଣ ଆଫ୍ରିକା ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିବା ଜଣା ପଡିଛି କାହିଁକିନା ଦକ୍ଷିଣ ଆଫ୍ରିକା ଦଳ ମାର୍ଚ୍ଚରେ ଭାରତ ଗସ୍ତ କରିବାକୁ ଥିବାରୁ ଆଉ ପାକିସ୍ତାନ ଗସ୍ତ ସମ୍ଭବ ନୁହେଁ ବୋଲି ବୋର୍ଡ କହିଛି ।

ବର୍ତମାନ ଦକ୍ଷିଣ ଆଫ୍ରିକା ଇଂଲଣ୍ଡ ସହ ମ୍ୟାଚ ଖେଳୁଥିବାବେଳେ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌ ଲେଖାଏଁ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଖେଳିବ। ଏହା ପରେ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ମାର୍ଚ୍ଚ ୧୨ରୁ ଦିନିକିୟା ଶୃଙ୍ଖଳା ଖେଳିବା ଏବଂ ପରେ ଆଇପିଏଲ ମଧ୍ୟ ଖେଳିବା,ପାକିସ୍ତାନ ଗସ୍ତ ବାତିଲ ସୁରକ୍ଷା ପ୍ରସଙ୍ଗକୁ ନେଇ ନୁହେଁ, ଖେଳାଳିଙ୍କ ଆହତ ଆଶଙ୍କାକୁ ନେଇ ନିଆଯାଇଛି ବୋଲି ଦକ୍ଷିଣ ଆଫ୍ରିକା ବୋର୍ଡ ସ୍ପଷ୍ଟ କରିଛି ।

Leave a Reply