୪ ବର୍ଷ ପୂର୍ବେ ମରିଯାଇଥିବା ୭ ବର୍ଷ ର ଝିଅ ସହ ଖେଳିଲା ମା,ଏଭଳି ଚମତ୍କାର ଦେଖି ଆପଣ ବି ବିଶ୍ୱାସ କରି ପାରିବେ ନାହିଁ !

ବୈଜ୍ଞାନିକ ଟେକ୍ନୋଲୋଜି ଦ୍ୱାରା ଏମିତି ବି ସମ୍ଭବ ହୋଇପାରେ ବୋଲି ଆପଣ ବି କେବେ ବିଶ୍ୱାସ କରି ପାରିବେ ନାହିଁ କାରଣ ଆପଣ ଜାଣିଥିବେ ସୋସିଆଲ ମିଡ଼ିଆ ଓ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ଆଜିକାଲି ଦୁନିଆରେ ସମ୍ପର୍କ ଭିତରେ ବିଭିନ୍ନ ପ୍ରକାର ପାଚେରୀ ଉଠିଥିବାବେଳେ ଅନ୍ୟପକ୍ଷରେ ସେହି ସୋସିଆଲ ମିଡ଼ିଆ ଓ ଡିଜିଟାଲ ଟେକ୍ନୋଲୋଜି ଜ୍ଞାନ କୌଶଳୀ ମାଧ୍ୟମରେ ମୃତ୍ୟୁ ପରେ ମଧ୍ୟ ଆପଣ ତାଙ୍କ ସହ ସାକ୍ଷାତ କରିପାରିବେ । ଏମିତି ଏକ ଘଟଣା ଘଟିଛି ଦକ୍ଷିଣ କୋରିଆ ରେ ତେବେ ଆସନ୍ତୁ ଜାଣିବା ।

ଆଜିକାଲି ଦୁନିଆରେ ସମ୍ପର୍କ ଏମିତି ଏକ ଶବ୍ଦ ଯାହାର କୌଣସି ଭାଷା ନାହିଁ, ଏହି ସମ୍ପର୍କ ପାଇଁ ଯଦି କୌଣସି ନିଜ ଲୋକ ମୃତ୍ୟୁବରଣ କରିଥାନ୍ତି ହେଲେ ତାହାକୁ ଏତେ ସହଜରେ ଗ୍ରହଣ କରହୁଏ ନାହିଁ କିନ୍ତୁ ଥରେ ଭାବନ୍ତୁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ମଧ୍ୟ ଯଦି ଆପଣ ତାଙ୍କ ସହ ସାକ୍ଷାତ କରିପାରିବେ, ତେବେ ଆପଣ କେମିତି ଅନୁଭବ କରିବେ, ହୁଏତ ଏହି ଅନୁଭୂତି ସେହି କହିପାରିବେ ଯିଏକି ଏହି ଭର୍ଚୁଆଲ୍ ରିୟଲିଟି ଦ୍ଵାରା କରାଯାଇଥିବା ବ୍ୟବାର କରିବ ।

ଘଟଣାଟି ହେଉଛି କୋରିଆର ନିକଟରେ ଜଣେ ମା’ ନିଜ ୭ ବର୍ଷର ଝିଅକୁ ଭେଟିଛନ୍ତି, ଯିଏ ୪ ବର୍ଷ ପୂର୍ବରୁ ଅର୍ଥାତ ୨୦୧୬ରେ ଏକ ଅଜ୍ଞାତ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ ହେଲେ ଏକ କୋରିଆନ୍ ଟିଭି ସୋ’, ଯାହାର ନାଁ ହେଉଛି, ‘ମିଟିଙ୍ଗ ୟୁ’ ଏହି ସୋରେ ନିଜ ମରିଯାଇଥିବା ଝିଅକୁ ଭେଟି କଥାବାର୍ତା ଓ ଦୁହେଁ ପରସ୍ପରକୁ ଛୁଇଁଛନ୍ତି ଏକାଠି ଖେଳିଛନ୍ତି ନିଜ ମା,ଏହି ମାଙ୍କ ନାଁ ହେଉଛି ଜଙ୍ଗ-ଜି-ସୁଙ୍ଗ ହୋଇଥିବା ବେଳେ ଝିଅଟିର ନାଁ ହେଉଛି ନେଇୟାନ୍ ।

ଏହା କେବଳ ବୈଜ୍ଞାନିକ ଟେକ୍ନୋଲୋଜି ଭର୍ଚୁଆଲ୍ ରିୟଲିଟି ମାଧ୍ୟମ ଦ୍ୱାରା ହିଁ ଏହା ସମ୍ଭବ ହୋଇପାରୀଛି, ଏହା ଏକ ଗ୍ରାଉଣ୍ଡ ରେ ନିର୍ମିତ କରାଯାଇଥିଲା ଭର୍ଚୁଆଲ୍ ରିୟଲିଟି ଜରିଆରେ ଝିଅ ନେଇୟାନର ଶରୀର ଏବଂ ସ୍ୱର ମଧ୍ୟ ବାସ୍ତବର ରୂପ ଦିଆଯାଇଥିଲା ଯେଉଁଥିରେ ଆପଣଙ୍କୁ ସବୁକିଛି ସତ ଭଳି ଲାଗିବ । ଦୀର୍ଘ ୪ ବର୍ଷ ପରେ ନିଜ ଝିଅକୁ କିଛି ସମୟ ପାଇଁ ଏଭଳି ଭର୍ଚୁଆଲ୍ ରିୟଲିଟି ଜରିଆରେ ଦେଖି ମାଙ୍କ ଆଖିରେ ଲୁହ ଚାଲିଆସିଥିଲା ।

Leave a Reply

Your email address will not be published. Required fields are marked *