ବାଂଲାଦେଶର ଏକ ଦ୍ୱିତୀୟ ଶ୍ରେଣୀର ଘରୋଇ ଦିନିକିଆ ମ୍ୟାଚ୍ରେ ଯାହା ୫୦ ଓଭର ବିଶିଷ୍ଟ ଥିଲା ସେହି ମ୍ୟାଚରେ ମୋଟ ୮୧୮ ରନ୍ ସ୍କୋର ହୋଇଥିଲା । ଉଭୟ ଦଳ ପକ୍ଷରୁ ୪୮ ଛକା ଓ ୭୦ ଚୌକା ମାରିଥିବାର ଦେଖିବାକୁ ମିଳିଥିଲା । ନର୍ଥ ବେଙ୍ଗଲ କ୍ରିକେଟ ଏକାଡେମୀ ଓ ଟ୍ୟାଲେଣ୍ଟ ହଣ୍ଟ କ୍ରିକେଟ ଏକାଡେମୀ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା ।
ନର୍ଥ ବେଙ୍ଗଲ ଖେଳାଳି ମୋଟ ୪ ଵିକେଟ ହରାଇ ୪୩୨ ରନ ସଂଗ୍ରହ କରିଥିଲା ଏହି ବିଶାଳ ଇନିଂସ ରେ ମୋଟ ୨୭ ଛକା ଓ ଟ୍ୟାଲେଣ୍ଟ ହଣ୍ଟ ୨୧ ଛକା ସହ ମୋଟ ୩୮୬ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଫଳରେ ୪୬ ରନ୍ରେ ମ୍ୟାଚ ହାରି ଯାଇଥିଲା ।
ଏହି କ୍ରିକେଟରେ ଏଭଳି ଅସାଧାରଣ ଫଳାଫଳ ପରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆସିବା କିଛି ନୂଆ କଥା ନୁହେଁ। ବହୁ ବର୍ଷ ହେଲା ଦେଶର ଘରୋଇ କ୍ରିକେଟ ସହ ଜଡ଼ିତ ଅଛି। କିନ୍ତୁ ଏଭଳି କଦାପି ଦେଖି ନ ଥିଲି ବୋଲି କ୍ଲବ କ୍ରିକେଟ ଆୟୋଜକ ସୟଦ ଅଲି ଅସାଫ କହିଛନ୍ତି।