ଚୀନରେ ଭୟଙ୍କର ଭାବରେ ବ୍ୟାପୁଛି ଏହି କୋରୋନା ଭାଇରସ,ଜାଣନ୍ତୁ ଏଯାଏଁ ପ୍ରାୟ କେତେଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି !

ଚୀନରୁ ସୃଷ୍ଟି ହୋଇଥିବା ମାରାତ୍ମକ କରୋନା ଭାଇରସ ଦିନକୁ ଦିନ ଅନିୟନ୍ତ୍ରୀତ ହେଉଛି । ଏହି ଭୟଙ୍କର ଭାଇରସ ଯୋଗୁଁ ଏଯାଏଁ ଚୀନରେ ୧୦୬ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ପ୍ରାୟ ୩୬୦୦ରୁ ଅଧିକ ଲୋକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୩୦୦ ଜଣ ଲୋକଙ୍କ ନିକଟରେ କୋରନା ଭାଇରସ ଥିବା ଚିହ୍ନିତ କରାଯାଇଛି । ଜାତୀୟ ଗଣମାଧ୍ୟମ ସସ୍ଥା ଦ୍ୱାରା ଏହା ରିପୋର୍ଟ କରାଯାଇଛି । ଏହି ଭୟଙ୍କର ସଂକ୍ରମଣ ଏବେ ବିଶ୍ୱର ବିଭିନ୍ନ ସ୍ଥାନକୁ ବ୍ୟାପିବାରେ ଲାଗିଛି । ତେଣୁ ଚୀନରେ ବ୍ୟାପୁଥିବା କୋରୋନା ଭାଇରସ ସାରା ବିଶ୍ୱ ସମେତ ଭାରତ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି ।

ଚୀନରେ ଭୟଙ୍କର ରୂପ ନେଇଥିବାରୁ ଉହାନ ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏବଂ ଭାରତ ସମେତ ବିଭିନ୍ନ ସହରରେ ସତର୍କ ଜାରି କରାଯାଇଛି । ଚୀନରୁ ଯାଉଥିବା ଲୋକଙ୍କୁ କିଛି ଦେଶରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ସେହଭଳି ଭାଇରସକୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଚୀନରୁ ଅନ୍ୟ ଦେଶକୁ ସଂଯୋଗ କରୁଥିବା ବିମାନ ପ୍ରତି ମଧ୍ୟ ନଜର ରଖାଯାଇଛି ଏବଂ ସୁସଚନ ମୁତାବକ ସେଠାରୁ ଟ୍ରେନ ଓ ବିମାନ ଚଳାଚଳକୁ ବନ୍ଦ କରି ଦିଆଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡୋସ ଉଧୈନୋମ ଗ୍ରେବ୍ରୋୟସ ଚୀନରେ ପହଞ୍ଚିଛନ୍ତି । ସେ ଏହି ବିପଦରୁ ବର୍ତ୍ତିବା ପାଇଁ ଚୀନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଭାରତ ସରକାର ମଧ୍ୟ ବୁହାନ ସହରରେ ଫସିଥିବା ୨୫୦ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *