ସଚିନ ତେନ୍ଦୁଲକର ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଙ୍କୁ ଦର୍ଶକ ପୁଣି କ୍ରିକେଟ ପଡିଆରେ ଦେଖିବାକୁ ପାଇଁ ପ୍ରଶଂସକମାନେ ବ୍ୟାକୁଳ ଅଛନ୍ତି । କିନ୍ତୁ ଆପଣ ଭାବୁଥିବେ ଏହା ଅସମ୍ଭବ ବୋଲି କାରଣ ସଚିନ ବହୁ ଦିନ ପୂର୍ବରୁ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିସାରିଛନ୍ତି, କିନ୍ତୁ ଏହା ସମ୍ଭବ ବୋଲି ଆଶାକରାଯାଉଛି ଦୁଇ କିମ୍ବଦନ୍ତନ୍ତିଙ୍କୁ ପୁଣି ଥରେ ପଡିଆରେ ଏକାଠି ଦେଖିବାକୁ ପାଇପାରନ୍ତି ଦର୍ଶକ ମାନେ ।
ନିକଟରେ ମିଳିଥିବା ସୂଚନା ମୁତାବକ, ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଦ୍ୱାରା କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ସାହାଯ୍ୟ କରିବା ଲାଗି ଏକ ଚ୍ୟାରିଟି କ୍ରିକେଟ ମ୍ୟାଚ୍ ଆୟୋଜନ କରାଯିବ। ଏହି ମ୍ୟାଚ୍ ମେଲବୋର୍ନ ଗ୍ରାଉଣ୍ଡରେ ଫେବୃୟାରୀ ୮ ତାରିଖରେ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି। ଗୋଟିଏ ଦଳର ନେତୃତ୍ୱ ରିକି ପଣ୍ଟି ଓ ଅନ୍ୟ ଦଳରେ ସେନ ଓ୍ବର୍ନ ଅଧିନାୟକ ରହିବେ।
ମ୍ୟାଚ୍ର ନାମ ବଶଫାୟାର ରିଲିଫ ମ୍ୟାଚ୍ ବୋଲି ସ୍ପଷ୍ଟ କରାଯାଇଛି। ଏହି ମ୍ୟାଚ୍ରେ ସଚିନ ଏବଂ ଧୋନି ଙ୍କ ଭଳି ବିଶ୍ୱର କିମ୍ବଦନ୍ତୀ ଖେଳାଳିମାନେ ପ୍ରତିନିଧିତ୍ୱ କରିବା ପାଇଁ ଆମନ୍ତ୍ରଣ କରାଯାଇଛି। ତେଣୁ ଆଶାକରଯାଉଛି ଯେ ସଚିନ ତେନ୍ଦୁଲକର ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଙ୍କୁ ଦର୍ଶକ ପୁଣି କ୍ରିକେଟ ପଡିଆରେ ଦେଖିବାକୁ ମିଳିପାରେ ।