ପ୍ରତି ବର୍ଷ କେତେ ଫିଲ୍ମ ସୁଟିଂ ହେଉଛି, ସବୁ ଫିଲ୍ମର କାହାଣୀ ପରସ୍ପର ଠାରୁ ଅଲଗା ହୋଇଥାଆନ୍ତି । ଫିଲ୍ମ କୁ ବନେଇବା ପାଇଁ ବହୁତ ପଇସା ଖର୍ଚ୍ଚ ହୋଇଥାଏ । ଫିଲ୍ମରେ କଳାକାର ଙ୍କ କ୍ୟାରେକ୍ଟର ଓ ଲୋକେସନ ହିସାବରେ କପଡା ପିନ୍ଧିବାକୁ ପଡିଥାଏ । ଆପଣ ସମସ୍ତେ ଦେଖିଥିବେ ଫିଲ୍ମରେ କଳାକାର ପ୍ରତି ସୀନ ରେ ଅଲଗା-ଅଲଗା କପଡା ପିନ୍ଧିଥାଆନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି ଫିଲ୍ମର ସୁଟିଂ ପରେ ଏହି କପଡ଼ାକୁ କଣ କରନ୍ତି । ଏହି କପଡା କୁଆଡେ ଯାଏ । ଆସନ୍ତୁ ଜାଣିବା ।
ଐଶ୍ଵର୍ଯ୍ୟା ଏହି ଫିଲ୍ମରେ ବଦଳିଥିଲେ 125 କପଡା :-
ଐଶ୍ଵର୍ଯ୍ୟା ଫିଲ୍ମ ଆକ୍ସନ ରିପ୍ଲେ ରେ ଅକ୍ଷୟ କୁମାର ଙ୍କ ସହ କାମ କରିଥିଲେ । ଏହି ଫିଲ୍ମରେ ଐଶ୍ଵର୍ଯ୍ୟା 125 କପଡା ବଦଳିଥିଲେ ।
ଦୀପିକା ପାଦୁକୋନ ପିନ୍ଧିଥିଲେ 135 ନୂଆ କଷ୍ଟ୍ୟୁମ :-
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମ ପଦ୍ମାବତ ରେ ରାଣୀ ପଦ୍ମାବତୀ ଙ୍କ ଭୂମିକା ତୁଲାଇଥିଲେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ଫିଲ୍ମରେ ଦୀପିକା ପାଦୁକୋନ 135 କଷ୍ଟ୍ୟୁମ ବଦଳିଥିଲେ । ଏହି ଫିଲ୍ମରେ ପ୍ରତି ସୀନ ରେ ଦୀପିକା ପାଦୁକୋନ ନୂଆ କଷ୍ଟ୍ୟୁମ ରେ ନଜର ଆସୁଥିଲେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଶେଷରେ ଫିଲ୍ମର ସୁଟିଂ ପରେ ଏହି କପଡା କୁ କଣ କରନ୍ତି ।
ଯେବେ ଫିଲ୍ମର ସୁଟିଂ ପୁରା ହୋଇଯାଏ ତେବେ ଫିଲ୍ମରେ ବ୍ୟବହାର ହୋଇଥିବା କପଡା କୁ ପ୍ରଡକ୍ସନ ହାଉସ ର ଟିମ ଗୋଟେ ବକ୍ସ ରେ ରଖିଦିୟନ୍ତି, ଯେଉଁଥିରେ ପ୍ରଡକ୍ସନ ହାଉସ ର ନାମ, ଫିଲ୍ମ ର ନାମ ଲେଖି ଦିଆଯାଇଥାଏ ଓ ଯେବେ କୌଣସି ଅନ୍ୟ ଫିଲ୍ମ ପାଇଁ ଏହି ପ୍ରକାର କପଡା ର ଆବଶ୍ୟକତା ପଡିଥାଏ ତେବେ ଏହି କପଡା କୁ ବାହାରକରି ବ୍ୟବହାର କରାଯାଏ ଓ ଫିଲ୍ମରେ କାମ କରୁଥିବା ସପୋଟିଂ କଳାକାର ଙ୍କୁ ଦିଆଯାଇଥାଏ । ଟିଭି ସିରିୟଲ ରେ ଯେଉଁ କପଡା ବ୍ୟବହାର ହୋଇଥାଏ, ତାଙ୍କୁ କମ୍ପାନୀ ସହ ଚୁକ୍ତି କରି ଆବଶ୍ୟକତା ହିସାବରେ ମଗେଇଥାଆନ୍ତି । ସୁଟିଂ ସରିଗଲା ପରେ ଏହି କପଡା ଅନ୍ୟ ସିରିୟଲ ପାଇଁ ହେଉଥିବା ସୁଟିଂ ପାଇଁ ଅନ୍ୟ କଳାକାର ପିନ୍ଧିଥାଆନ୍ତି ।