ଲୋକପ୍ରିୟ କମେଡ଼ିଆନ୍ କପିଲ୍ ଶର୍ମା ଓ ତାଙ୍କର ପୁରୁଣା ଅନ୍ସ୍କ୍ରିନ୍ ସାଥୀ ସୁନୀଲ୍ ଗ୍ରୋଭର ଓରଫ୍ ଗୁତ୍ଥି ଙ୍କ ଝଗଡ଼ା ଦୀର୍ଘଦିନ ପର୍ଯ୍ୟନ୍ତ ବେଶ୍ ଚର୍ଚ୍ଚାରେ ଥିଲା। ଏହି ବିବାଦକୁ ନେଇ ସୋସିଆଲ ମିଡିଆ ରେ ଏବଂ ଅନେକ ସାକ୍ଷାତକାରରେ ଦୁହିଁଙ୍କ ଖରାପ୍ ସମ୍ପର୍କର ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ପୁଣିଥରେ କପିଲ-ସୁନୀଲ ଯୋଡି ଏକାଠି ଦେଖିବାକୁ ମିଳିବ। ଏହା ଶୁଣି ଆପଣ ବି ଖୁସି ହୋଇଯିବେ ! ଅବଶ୍ୟ, କଥାଟା ଖୁସି ଲାଗିଲା ଭଳି ହେଲେ କ’ଣ କହିବେ କୁହନ୍ତୁ। ଏକାଠି ସିନା ହେବେ ମାତ୍ର ଗୋଟିଏ ଶୋ’ ରେ ହିଁ ନଜର ଆସିବେ ।
ସୂଚନା ମୁତାବକ ଅନୁଯାଇ ସୁନୀଲ୍ ଏଥର ଶୋକୁ ଅତିଥି ହୋଇ କପିଲଙ୍କ ଶୋ’କୁ ଆସୁଛନ୍ତି। ସୁନୀଲ, ଫିଲ୍ମ ‘ଭାରତ’କୁ ପ୍ରମୋଟ କରିବା ପାଇଁ କ୍ୟାଟ୍ରିନା ଓ ଟିମ୍ ସହ କପିଲ୍ଙ୍କ ଶୋକୁ ଆସିବେ। କପିଲ ଶର୍ମା ଓ ସୁନୀଲ ଗ୍ରୋବରଙ୍କୁ ଏକାଠି ତ ଦେଖିବାକୁ ମିଳିବ କିନ୍ତୁ କେବଳ ଫିଲ୍ମର ପ୍ରୋମୋଶନ ପାଇଁ। କପିଲ ଶର୍ମା ଓ ସୁନୀଲ ଗ୍ରୋବରଙ୍କୁ ଏକାଠି ୨୦୧୭ରେ ‘ଦ କପିଲ ଶର୍ମା ଶୋ’ରେ ଦେଖିବାକୁ ମିଳିଥିଲା । ଯେତେବେଳେ ଏମାନେ ଅଷ୍ଟ୍ରେଲିଆ ରେ ଶୋ’ କରିବାକୁ ଯାଉଥିଲେ । ଏହାର ତୁରନ୍ତ ପରେ ସୁନୀଲ ଶୋ’ ଛାଡ଼ିଦେଇଥିଲେ ।
ଏହାପରେ ସେ ଷ୍ଟାରପ୍ଲସ ରେ ଏକ ଶୋ ‘କାନପୁର ୱାଲେ ଖୁରାନାଜ’ ଆରମ୍ଭ କରିଥିଲେ। ହେଲେ ଏହାକୁ ଏତେ ଭଲ ରେସପନ୍ସ ନ ମିଳିବାରୁ ଏହାକୁ ବନ୍ଦ କରିଦିଆଗଲା । ସୁନୀଲ ଗ୍ରୋବର କହିଛନ୍ତି, ‘ଯେବେ ବି ମୁଁ କପିଲଙ୍କ ସହ କାମ କରିଛି ମୋର ଏକ ସୁଖଦ ଅନୁଭବ ରହିଛି । କପିଲ ଜଣେ ପ୍ରତିଭାଶାଳୀ କଳାକାର। ମୁଁ ଭଗବାନଙ୍କ ନିକଟରେ ତାଙ୍କର ମଙ୍ଗଳ କାମନା କରିବି। ଯଦି ଭଗବାନ ଚାହିଁବେ ତେବେ ଆମେ ନିଶ୍ଚିତ ଏକାଠି କାମ କରିବୁ ବୋଲି କହିଛନ୍ତି ।