ପ୍ରିୟା ପ୍ରକାଶଙ୍କ ନୂଆ ଚଳଚିତ୍ର ‘ଓରୁ ଅଦାର ଲବ’ ଅସନ୍ତୋଷ ପ୍ରକାଶ କଲେ ଦର୍ଶକ ।

ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ପ୍ରିୟା ପ୍ରକାଶ,ଏକ ଫିଲ୍ମ ରେ ଥରେ ମାତ୍ର ଆଖି ମାରି ରାତାରାତି ଇଣ୍ଟ୍‌ରନେଟ୍‌ ରାଣୀ ବନି ଯାଇଥିଲେ । ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର୍‌ଙ୍କ ନୂଆ ଚଳଚ୍ଚିତ୍ର ‘ଓରୁ ଅଦାର ଲବ’ ରିଲିଜ୍‌ ହୋଇଯାଇଛି । ଯାହା ଟିନ୍‌ ଏଜ୍‌ ପ୍ରେମ କାହାଣୀ ଉପରେ ଆଧାରିତ ଅଟେ । ଏହି ଚଳଚ୍ଚିତ୍ରରେ ପ୍ରିୟା ପ୍ରକାଶଙ୍କ ଅଭିନୟ ଖୁବ୍‌ କମ୍‌ ସମୟର ଥିଲା। ମାତ୍ର ପ୍ରିୟାଙ୍କ ୨୬ ସେକେଣ୍ଡ୍‌ର ଆଖିମରା ଭିଡିଓ ଗୋଟାଏ ଦିନ ମଧ୍ୟରେ ପୂରା ଦେଶରେ ଛାଇ ଯିବା ପରେ ନିର୍ଦ୍ଦେଶକ ଚଳଚ୍ଚିତ୍ରରେ ପ୍ରିୟାଙ୍କ ଭୂମିକା ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ।

‘ଓରୁ ଉଦାର ଲବ’ ଚଳଚ୍ଚିତ୍ରରେ ପ୍ରିୟ ଙ୍କ ବିପକ୍ଷରେ ଦେଖିବାକୁ ମିଳିଛନ୍ତି ରୋଶନ । ସେ ଏହି ଚଳଚିତ୍ର ଏକାଦଶ ଶ୍ରେଣରେ ପଢୁଥିବା ନଜର ଆସିଛି । ରୋଶନ ପ୍ରିୟାଙ୍କୁ ଦେଖୁ ଦେଖୁ ମନ ଦେଇ ବସନ୍ତି ଏବଂ ପାରମ୍ପତିକ ଢଙ୍ଗରେ ହିରୋମାନଙ୍କ ପରି ସେ ପ୍ରିୟାଙ୍କୁ ପାଇବାକୁ ଚେଷ୍ଟା କରନ୍ତି।

ତେବେ ଆପାଣ ଯଦି ଅଭିନୟ ଦୃଷ୍ଟିରୁ ଦେଖିବେ ତାହାହେଲେ ଏହି ଚଳଚ୍ଚିତ୍ରରେ ପ୍ରିୟା ସେତେଟା ଭଲ ଅଭିନୟ କରିନାହାନ୍ତି । ଦର୍ଶକ ଙ୍କ ଅନୁଯାଇ ଜାଣିବାକୁ ମିଳୁଛି ଯେ ଯେଉଁଭଳି ଭାବେ ପ୍ରିୟାଙ୍କୁ ନେଇ ଆଶା ରହିଥିଲା ପ୍ରିୟା ସେହିପରି ଭାବେ ତାଙ୍କ ପ୍ରଶଂସକଙ୍କୁ ସନ୍ତୁଷ୍ଟ କରିପାରି ନାହାନ୍ତି ।

Leave a Reply